ଖଣ୍ଡପଡ଼ା ରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ
ଖଣ୍ଡପଡ଼ା ୧୬/୬( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ଖଣ୍ଡପଡ଼ା ସହର ସମେତ ଖଳି ସାହି, ମର୍ଦ୍ଦରାଜ ପୁର ଠାରେ ଶ୍ରୀ ଜଗନ୍ନାଥ ଙ୍କ ପବିତ୍ର ଘୋଷ ଯାତ୍ରା ନିମନ୍ତେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବା ଯଣାପଡିଛି। ଖଣ୍ଡପଡ଼ା ସହରର ରଥଗଡା ଛକଠାରେ ମହାରଣା ସେବକମାନଙ୍କ ଦ୍ଵାରା ୨ ଟି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଖଣ୍ଡପଡ଼ା ରାଜାଙ୍କ ଦ୍ଵାରା ପରିଚାଳିତ ଜଗନ୍ନାଥ ମନ୍ଦିର ରେ ପୁଜା ପାଉଥିବା ପ୍ରଭୁ ଶ୍ରୀଜଗନ୍ନାଥ ଜିଉଙ୍କ ନିମନ୍ତେ ଗୋଟିଏ ରଥ ନିର୍ମାଣ କାର୍ଯ୍ୟ କରାଯାଉଥିବା ବେଳେ ସରକାର ଙ୍କ ଦେବୋତ୍ତର ବିଭାଗ ଦ୍ଵାରା ପରିଚାଳିତ ଶ୍ରୀ ରଘୁନାଥ ମନ୍ଦିର ରେ ପାର୍ଶ୍ଵ ଦେବତା ଭାବେ ପୂଜା ପାଉଥିବା ପ୍ରଭୁ ପତିତପାବନ ତିନି ଠାକୁରଙ୍କ ଘୋଷ ଯାତ୍ରା ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ଆଉ ଏକ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ ଖୁବ ତତ୍ ପରତା ସହ କାର୍ଯ୍ୟ କରୁଛନ୍ତି ବଢେଇ ମହାରଣା ସେବକମାନେ। ସେହିପରି ଖଳି ସାହି ଓ ମର୍ଦ୍ଦାଜପୁର ରେ ମଧ୍ୟ ରଥଯାତ୍ରା ପାଇଁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହେବାର ଦେଖିବାକୁ ମିଳିଛି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
إرسال تعليق