ବଜ୍ରପାତ ରେ ମୃତ ପରିବାର କୁ ଭେଟିଲେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ।
ଗଜପତି (ମନୋଜ ପାଢୀ) ବିଧାୟକ ରୁପେଶ ପାଣିଗ୍ରାହୀ। ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଗସ୍ତ କରିଥିଲେ। ସେ ବିଭିନ୍ନ ଦୈବୀ ଦୁର୍ବିପାକରେ ପ୍ରାଣ ହରାଇଥିବା ପରିବାରଂକୁ ସାକ୍ଷାତ କରିଥିଲେ।
ନିକଟରେ ସେରଂଗ ଥାନା ଅନ୍ତର୍ଗତ କୁମୁଡିଆ ଗ୍ରାମର ବାମ୍ୱୁଡା ଗମାଂଗଂକ ୭ ବର୍ଷର ପୁଅ ଅମିତ ଗମାଂଗଂକ ଝଡ ବାତ୍ୟା ବିଜୁଳି ଘଡ଼ଘଡ଼ିରେ ପ୍ରାଣତ୍ଯାଗ କରିଥିଲେ। ତତ୍ ସଂଗେ ସଂଗେ ସେହି ପରିବାରର ୪ଗୋଟି ଛେଳି ପ୍ରାଣ ହରାଇଥିଲେ।ବିଧାୟକ ସେହି ପରିବାରଂକୁ ସମବେଦନା ଜଣାଇବା ସହ ଜିଲ୍ଲା ପଶୁ ଚିକିତ୍ସାଳୟ ଅଧିକାରୀଂକ ସହ କଥା ହୋଇ ଆର୍ଥିକ ସହାୟତା ପାଇଁ ଅନୁରୋଧ କରିଥିଲେ।ତତ୍ ସଂଗେ ସଂଗେ ପରିବାରର ଦେଢ ବର୍ଷର ପୁଅର ଭବିଷ୍ଯତ ପାଇଁ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ଏବ କିଛି ଆର୍ଥିକ ସହାୟତା କରିଥିଲେ।
ସେହିଭଳି ସେରଂଗ ଖ୍ରୀଷ୍ଟିଆନ ସାହିର ମ୍ରୁତ୍ୟଂଜୟ ପାଣିଂକର ଗ୍ୟାସ ଲିକ୍ ଯୋଗୁଁ ଶରୀରର ୮୦ ଭାଗ ପୋଡି ଯାଇଛି।ତାଂକପାଇଂ ଭିନ୍ନକ୍ଷମ ସାର୍ଟିଫିକେଟ ଏବଂ ଆର୍ଥିକ ସହାୟତା ପାଇଁ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଚିକିତ୍ସା ଅଧିକାରୀଂକୁ ଜଣାଇଥିଲେ ଏବଂ ଆର୍ଥିକ ସହାୟତା କରିଥିଲେ।
ସେହିପରି ହାଇଦ୍ରାବାଦଠାରେ ବିଦ୍ୟୁତ ଆଘାତରେ ମ୍ରୁତ୍ୟୁବରଣ କରିଥିବା ସେରଂଗ ଖ୍ରୀଷ୍ଟିୟାନ ସାହିର ସୁମେଶ ଚନ୍ଦ୍ର ଲିମାଂକ ପରିବାରକୁ କିଛି ଆର୍ଥିକ ସହାୟତା କରିବା ସହ ଜିଲ୍ଲା ଶ୍ରମ ଅଧିକାରୀଂକ ସହ କଥାବାର୍ତ୍ତା କରି ସେହି ଦୁଃସ୍ଥ ପରିବାରକୁ ଆର୍ଥିକ ସହାୟତା ପାଇଁ ଜଣାଇଥିଲେ।
ବିଧାୟକଙ୍କ ଏହିଭଳି ମାନବିକତା ପାଇଁ ଅଂଚଳ ବାସୀ ହାର୍ଦ୍ଦିକ କ୍ରୁତଂଗ୍ୟତା ଜଣାଇଛନ୍ତି।
ମଣିଭଦ୍ରା ଖବର, ଗଜପତି
إرسال تعليق