ବିଶ୍ଵାବସୁ ଶବର ସମାଜ ପକ୍ଷରୁ ମହାମହିମ ରାଷ୍ଟ୍ରପତିଙ୍କୁ ଭୂମିକନ୍ୟା ଲଳିତା ସମ୍ମାନ ପ୍ରଦାନ
ଖଣ୍ଡପଡ଼ା ୨୯/୬(ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବିଶ୍ଵାବସୁ ଶବର ସମାଜ ପ୍ରତିଷ୍ଠାନ ପକ୍ଷରୁ ଭୂମିକନ୍ୟା ଲଳିତା ସମ୍ମାନରେ ସମ୍ମାନିତ କରାଯାଇଥିବା ଜଣାପଡିଛି।ପ୍ରତିଷ୍ଠାନର ସଭାପତି ହୃଷିକେଶ ଦେହୁରୀଙ୍କ ନେତୃତ୍ବରେ ବରିଷ୍ଠ ସଦସ୍ଯ/ସଦସ୍ଯାଙ୍କ ସମେତ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟ୍ରପତିଙ୍କୁ ଭେଟି ଏକ ଉତ୍ତରୀୟ, ରୌପ୍ଯ ଉପଢୌକନ ଓ ପୁଷ୍ପଗୁଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିବା ଜଣାଯାଇଛି।ବିଶ୍ଵାବସୁ ସମାଜ ପ୍ରତିଷ୍ଠାନର ପ୍ରତିଷ୍ଠାତା ବଂଶୀଧର ଦେହୁରୀ,ମଦନମୋହନ ସାମଲ, ଆଇନଜୀବି ଠାକୁର ମହନ୍ତ,ଦିନେଶ ଚନ୍ଦ୍ର ରାୟ ପ୍ରମୁଖ ଶବର ସମ୍ପ୍ରଦାୟର ବିଭିନ୍ନ ସମସ୍ୟା ସଂପର୍କରେ ମହାମହିମଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଅଧିନ କାଳିଆପଲ୍ଲୀ ଗ୍ରାମସ୍ଥିତ ଶବର ରାଜା ବିଶ୍ଵାବସୁଙ୍କ ପୀଠର ସାମଗ୍ରିକ ବିକାଶ, ବିଶ୍ଵାବସୁଙ୍କ ସ୍ମୃତିରକ୍ଷା ନିମନ୍ତେ ଓଡିଶାରେ ଏକ କେନ୍ଦ୍ରୀୟ ଆଦିବାସୀ ବିଦ୍ୟାଳୟ ସ୍ଥାପନ,ଶବର ଜାତିର ବିକାଶ ନିମନ୍ତେ ଭୁବନେଶ୍ବର ଓ ପୁରୀ ଠାରେ ୨ ଟି ସଦନ ନିର୍ମାଣ ପରି ୯ ଗୋଟି ଦାବି ସମ୍ବଳିତ ଏକ ଦାବିପତ୍ର ମହାମହିମ ରାଷ୍ଟ୍ରପତିଙ୍କୁ ଶବର ସମାଜ ପକ୍ଷରୁ ପ୍ରଦାନ କରାଯାଇଥିଲା। ମହାମହିମ ରାଷ୍ଟ୍ରପତିଙ୍କ ସହ ଏକ ସୌଜନ୍ୟମୂଳକ ସାକ୍ଷାତକାର ଅବସରରେ ଶବର ସମାଜର ଉତଥାନ ନିମନ୍ତେ ସେ ଯଥାସମ୍ଭବ ଉଦ୍ୟମ ଜାରି ରଖିବେ ବୋଲି ପ୍ରତିଶୃତି ଦେଇଥିବା ଶବର ସମାଜ ପ୍ରତିଷ୍ଠାନର ସଭାପତି ଶ୍ରୀ ଦେହୁରୀଙ୍କ ଠାରୁ ପ୍ରକାଶ।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
Post a Comment