BREAKING
Loading...
:

ଜଙ୍ଗଲ ଜମି ବିବାଦ ଘଟଣା ଥାନା ସମ୍ମୁଖରେ ଗ୍ରାମବାସୀଙ୍କୁ ପିଟିଲେ ବନ କର୍ମଚାରୀ*

 *ଜଙ୍ଗଲ ଜମି ବିବାଦ ଘଟଣା ଥାନା ସମ୍ମୁଖରେ ଗ୍ରାମବାସୀଙ୍କୁ ପିଟିଲେ ବନ କର୍ମଚାରୀ*



ରାଇଘର(ମାମନି ଚକ୍ରବର୍ତ୍ତୀ)ରାଇଘର ବନାଞ୍ଚଳ ସଂରକ୍ଷିତ ଜଙ୍ଗଲରେ ମକା ଚାଷକୁ ବାରଣ କରିବାରୁ କୁସୁମପୁର ଗ୍ରାମବାସୀ ବନ ବିଭାଗ ଅଧିକରୀ ଓ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ l ଏହି ଘଟଣାରେ କୁନ୍ଦେଇ ବନପାଳ ଓ ବନରକ୍ଷୀ ଦୁହେଁ ଆହତ ହୋଇ ରାଇଘର ମେଡିକାଲ ରେ ଭର୍ତ୍ତି ହୋଇଥିବା ବେଳେ ଏ ନେଇ ଉଭୟ ପକ୍ଷରୁ ଥାନାରେ ଏତଲା ଦିଆ ଯାଇଥିଲା l ଆଜି ଅପରାହ୍ନ ପ୍ରାୟ ୩ ଟା ସମୟରେ ସ୍ଥାନୀୟ ବନ ବିଭାଗକୁ ସହଯୋଗ କରିବାକୁ ଆସିଥିବା ଜିଲ୍ଲାର ବିଭିନ୍ନ ବ୍ଲକର ବନ କର୍ମଚାରୀମାନେ କାର୍ଯାନୁଷ୍ଠାନ ଗ୍ରହଣ ନିମନ୍ତେ ଦାବି କରିବାକୁ ସ୍ଥାନୀୟ ଥାନାକୁ ବାହାରିଥିଲେ l ଠିକ ଏହି ସମୟରେ ଏହି ଘଟଣାରେ ସମ୍ପୃକ୍ତ କୁସୁମପୁର ଗ୍ରାମର କିଛି ଲୋକ ଥାନା ଅଧିକାରୀ ଡକାଇ ଥିବାରୁ ଥାନା ନିକଟରେ ଥିବା ଏକ ପାନ ଦୋକାନ ରେ ଠିଆ ହୋଇଥିଲେ l ବନ କର୍ମଚାରୀମାନେ ଉକ୍ତ ଲୋକଙ୍କୁ ଦେଖି ତୁରନ୍ତ ପ୍ରତିଶୋଧ ପରାୟଣ ହୋଇ ପଡ଼ିଥିଲେ l ସାଙ୍ଗେ ସାଙ୍ଗେ କିଛି ବନ କର୍ମଚାରୀ ବାଡ଼ି ଏବଂ ପିନ୍ଧିଥିବା ବେଲ୍ଟ ବାହାର କରି ସେମାନଙ୍କୁ ମାଡ଼ ମାରିଥିଲେ l ଏଥିରେ କୁସୁମପୁର ଗ୍ରାମର ଦେବି ଗଣ୍ଡ, ନନ୍ଦଲାଲ ଗଣ୍ଡ, ବୈଶାଖୁ ଗଣ୍ଡ, ବାବୁଲାଲ ଗଣ୍ଡ, ହୀରାଲାଲ ମାଳି, ଗୁଟା ଗଣ୍ଡ ଓ ଝୁନୁକିପାରା ଗ୍ରାମର ମୋତିଲାଲ ଗଣ୍ଡ ପ୍ରମୁଖ ଗୁରୁତର ଅବସ୍ଥାରେ ରାଇଘର ମେଡିକାଲ ରେ ଭର୍ତ୍ତି ହୋଇଥିବା ଜଣାପଡିଛି l କିଛି ଲୋକଙ୍କ ମୁଣ୍ଡ ଫାଟି ଥିବା ବେଳେ କିଛି ଲୋକଙ୍କ ହାତ ଗୋଡ଼ ଭାଙ୍ଗି ଗୁରୁତର ଥିବା ଜଣାପଡିଛି l  ଏହି ଘଟଣା ପରେ ଏଵେ ସ୍ଥାନୀୟ ଅଂଚଳ ଉତ୍ତେଜନା ପୂର୍ଣ୍ଣ ରହିଛି l ବନ କର୍ମଚାରୀ ଙ୍କ ଏଭଳି କାର୍ଯ୍ୟକୁ କୁସୁମପୁର ଏବଂ ଆଖ ପାଖର ପାଞ୍ଚ ଗୋଟି ଗ୍ରାମର ଗ୍ରାମବାସୀ ବିରୋଧ କରି ବନ କାର୍ଯ୍ୟାଳୟ ଘେରାଉ କରିବାକୁ ପ୍ରସ୍ତୁତ ହେଉଥିବା ଶୁଣି ନିଜର ସୁରକ୍ଷା ନିମନ୍ତେ ନାକଟିସିମଡ଼ା ବନ ସୁରକ୍ଷା କମିଟିର ସଦସ୍ୟ ଏବଂ କିଛି ଗ୍ରାମବାସୀଙ୍କୁ ଆଗୁଆ ଗାଡ଼ି ଯୋଗେ ଡକାଇ ବନାଞ୍ଚଳ ଅଧିକାରୀଙ୍କ (ରେଞ୍ଜ ଅଫିସ) କାର୍ଯ୍ୟାଳୟ ରେ ରଖିଥିବା ଜଣାପଡିଛି l ଅନ୍ୟପଟେ ବନ ବିଭାଗ କର୍ମଚାରୀଙ୍କ ଏଭଳି କାମକୁ ସାଧାରଣରେ ନିନ୍ଦା କରାଯାଇଛି l  

          ପ୍ରକାଶ ଥାଉକି ଗତକାଲି ନାକଟିସିମଡା କୁସୁମପୁର ସନ୍ଧିରେ ଥିବା ସଂରକ୍ଷିତ ଜଙ୍ଗଲରେ ଆଜି କିଛି ଗ୍ରାମବାସୀ ମକା ଲଗାଉଥିଲେ l ଠିକ ଏହି ସମୟରେ କୁନ୍ଦେଇ ବନ ବିଭାଗର କିଛି କର୍ମଚାରୀ ସେଠାରେ ପହଂଚି ବାରଣ କରିବାରୁ ଉଭୟ ପକ୍ଷରୁ ବଚସା ହେବା ସହ ହାତାହାତି ହୋଇଥିଲେ l ଶେଷରେ କିଛି ଲୋକ କୁନ୍ଦେଇ ଫରେଷ୍ଟର ହରିହର ବ୍ରହ୍ମା ଓ ଗାର୍ଡ଼ ଦୀପକ କୁମାର ପ୍ରଧାନଙ୍କୁ ନିର୍ଧୁମ ମାଡ଼ ମାରିଥିଲେ l ଆହତ ଅବସ୍ଥାରେ ଫରେଷ୍ଟର ଶ୍ରୀ ବ୍ରହ୍ମା ଓ ଗାର୍ଡ଼ ଶ୍ରୀ ପ୍ରଧାନ ସ୍ଥାନୀୟ ମେଡିକାଲ ରେ ଚିକିତ୍ସିତ ହୋଇଥିବା ବେଳେ  ରାଇଘର ଥାନାରେ ଉଭୟ ପକ୍ଷରୁ ଲିଖିତ ଅଭିଯୋଗ ହୋଇଥିଲା l

ମଣିଭଦ୍ରା ଖବର,

Post a Comment

Previous Post Next Post
Header ADS