ଗୋରୁ ମାଲିକ ଙ୍କୁ ଏନ୍ ଏସି କାର୍ଯ୍ୟ ନିର୍ବାହୀ ପକ୍ଷରୁ ତାଗିତ କରାଯାଉ।
ଖଣ୍ଡପଡ଼ା ସହରର ଦେଇ ଯାଇଥିବା ନୟାଗଡ଼, କଣ୍ଟିଲୋ ଦଶପଲ୍ଲା , ଖଳି ସାହି ମୂଖ୍ୟ ରାସ୍ତା ର ପାଶ୍ୱର୍ରେ ବହୁତ ଦୋକାନ ବଜାର ରହିଛି।ସବୁଠି ଗୋରୁଙ୍କ ପ୍ରାଦୃଭାବ ଦେଖିବାକୁ ମିଳୁଛି। ଗୋରୁ ଷଣ୍ଢ ପଲ୍ ରାସ୍ତା ଅବରୋଧ କରି ଶୋଇ ରହୁଥିବା ଓ ଅବାଧ ବିତରଣ କରୁଥିବାରୁ ଦୈନିକ ଦୃଘଟଣା ର ସମୁଖୀନ ହେଉଛନ୍ତି ଜନସାଧାରଣ। ଏଥିନେଇ ଏନ୍ ଏ ସି କାର୍ଯ୍ୟାଳୟ ରେ ଖଣ୍ଡପଡ଼ା ସହରାଞ୍ଚଳ ବାସୀଙ୍କ ପକ୍ଷରୁଅଭିଯୋଗ କରିଥିଲେ ମଧ୍ୟ ଏଥିପ୍ରତି ଏନ୍ ଏ ସି କର୍ତ୍ତୃପକ୍ଷଙ୍କ କୋୖଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ଗାଈଗୋରୁ ଙ୍କ ମାଲିକ ମାନେ ମନଇଛା ବାହାରେ ବୁଲି ବା ପାଇଁ ରାସ୍ତା କୁ ଛାଡି କରି ଆରାମଦାୟକ ମାଲକାନଗିରି ଦେଖିବାକୁ ମିଳିଛି। ଏନ୍ ଏ ସି କର୍ତ୍ତୃପକ୍ଷ ଙ୍କ ତରଫ ରୁ ଗାଈଗୋରୁ ପାଳନ କରୁଥିବା ସମସ୍ତ ମାଲିକ ମାନଙ୍କୁ କର୍ତ୍ତୃପକ୍ଷ ତରଫରୁ ତାଗିତ କରାଯାଇ ସେମାନଙ୍କୁ ଉପଯୁକ୍ତ ଫାଇନ୍ଆଦାୟ କରାଗଲେ ଓ କାଞ୍ଜି ଆ ହତାରେ ନେଇ ରଖାଗଲେ ଏପରି ପରିସ୍ଥିତି ଉପୁଜିଥିବା ର ସମାଧାନ କରାଯାଇପାରିବ ବୋଲି ଖଣ୍ଡପଡ଼ା ଅଞ୍ଚଳ ର ଜନସାଧାରଣଙ୍କ ଦାବି ହେଉଛି।ବୁଲାଗାଇ ଓ ଷଣ୍ଢ ,ବୁଲା କୁକୁରଙ୍କ ପାଦୃଭାବ କମିଯିବା ସହିତ ରାସ୍ତା ଅବରୋଧ ହଟାଇବାରେ ସକ୍ଷମ ହୋଇପାରିବରାସ୍ତା ପରିଷ୍କାର ରହିବା ସହ ଯାନବାହାନ ଚଳାଚଳ ବାଧାପ୍ରା ରୁ ମୁକ୍ତିଲାଭ ପାଇପାରିବେ ବୋଲି ଖଣ୍ଡପଡ଼ା ଅଞ୍ଚଳ ବାସି ଦାବି ରଖିଛନ୍ତି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
Post a Comment