ଗୁଣ୍ଡିଚାଘର ନିକଟରେ ପହଞ୍ଚିଲା ୨ ରଥ
ଖଣ୍ଡପଡ଼ା ( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଘୋଷଯାତ୍ରା ଦିନ ରଥ ଟଣାରେ ବିଳମ୍ବ ଯୋଗୁଁ ଖଣ୍ଡପଡ଼ା ସହରର ମୁଖ୍ଯ ବଜାର ମଧ୍ଯରେ ୨ଟି ଯାକ ରଥ ଅଟକି ରହିଥିଲା। ଶନିବାର ଅପରାହ୍ନରେ ରଥାରୂଢ ବିଗ୍ରହମାନଙ୍କ ପହୁଡ ଫିଟିବା ପରେ ରଥଟଣା କାର୍ଯ୍ଯ ଆରମ୍ଭ ହୋଇଥିଲା। ପୋଲିସ କର୍ମଚାରୀ ଓ ଜନସାଧାରଣ ମିଳିତ ହୋଇ ପ୍ରଥମେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥକୁ ଗୁଣ୍ତିଚା ଘର ନିକଟକୁ ଟାଣି ନେଇଥିଲେ। ପରେ ପ୍ରଭୁ ପତିତପାବନଜୀଉଙ୍କ ରଥ ଗୁଣ୍ତିଚା ଘର ନିକଟରେ ପହଞ୍ଚିଥିଲା। ରଥ ଉପରେ ବିଗ୍ରହମାନଙ୍କ ସଂନ୍ଧ୍ଯା ଆଳତି ଦର୍ଶନ ନିମନ୍ତେ ରଥ ସମ୍ମୁଖରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।ବିଳମ୍ବିତ ରାତିରେ ବିଗ୍ରହମାନେ ପହଣ୍ତି ହୋଇ ଗୁଣ୍ଡିଚାଘରକୁ ଯିବେ ବୋଲି ଜଣାପଡିଛି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
Post a Comment