BREAKING
Loading...
:

ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ଶ୍ରୀଜିଉ ମାନଙ୍କ ପବିତ୍ର ରଥଯାତ୍ରା ।

 ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ଶ୍ରୀଜିଉ ମାନଙ୍କ ପବିତ୍ର ରଥଯାତ୍ରା । 



ଗଜପତି(ମନୋଜ ପାଢୀ)

ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ଆଜି ଶୁକ୍ରବାର ଚତୁଦ୍ଧାମୂତ୍ତି ତଥା ଶ୍ରୀଜୀଉଙ୍କ ପବିତ୍ର ଶ୍ରୀ ଗୁଣ୍ଡିଚା ଯାତ୍ରା ଶାନ୍ତି ଶୁଙ୍ଖୁଳାର ସହ ସମ୍ପନ୍ନ ହୋଇଥିଲା । ଏହି ଅବସରରେ ପର୍ବାହ୍ନରେ ତିନି ଠାକୁରଙ୍କ ତିନି ରଥ ଯଥା ତାଳଧ୍ବଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ ପ୍ରତିଷ୍ଠା ଓ ସଂସ୍କାର କାର୍ଯ୍ୟ ସମ୍ପନ୍ନ ହେବ ପରେ ଶ୍ରୀ ମନ୍ଦିରକୁ ତିନି ଠାକୁରଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ  ମନ୍ଦିର ସେବାୟତ ଓ ରାଜପୁରୋହିତଙ୍କ ଦ୍ବାରା ସେନାପଟା ଓ ପାରମ୍ପରିକ ପୂଜାର୍ଚନା ନୀତି ଅନୁଷ୍ଠିତ ହୋଇଥିଲା । ପ୍ରଥମେ ପ୍ରଭୁ ସୁଦର୍ଶନ ଙ୍କ ପହଣ୍ଡି ହେବା ପରେ ତିନି ଠାକୁରଙ୍କ ରଥ ଉପରକୁ ପହଣ୍ଡି ବିଜେ ହୋଇଥିଲେ । ଏହି ଅବସରରେ ତିନି ଠାକୁରଙ୍କ ରଥ ଉପରେ ଛେରା- ପଅଁରା କାର୍ଯ୍ୟକ୍ରମ ପାଇଁ ରାଜ ପ୍ରାସାଦରୁ ସୁଶ୍ରୀ କଲ୍ୟାଣ ଗଜପତି ନାରାୟଣ ଦେବ ଆସି ତିନି ରଥ ଉପରେ ଛେରା ପଅଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ । ପାଗ ଅନୁକୁଳ ଥିବା ଯୋଗୁଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମା ହୋଇଥିଲା । ହୁଳହୁଳି, ଘଣ୍ଟ, ଶଙ୍ଖନାଦ, ହରିବୋଲ ଓ ସଂକୀର୍ତନ ପ୍ରଭୃତି ଧ୍ବିନିରେ ସମଗ୍ର ବଡଦାଣ୍ଡ ପ୍ରକମ୍ପିତ ହୋଇଉଠିଥିଲା । ଠାକୁରଙ୍କ ପହଣ୍ଡି ଓ ରଥ ଟଣା ବେଳେ ରଥ ସମ୍ମୁଖରେ ଆକର୍ଷଣୀୟ ଓଡିଶୀ ନୃତ୍ୟ ଓ ମହାରୀ ନୃତ୍ୟ ସ୍ଥାନୀୟ କଳାକାର ମାନେ ପରିବେଷଣ କରିଥିଲେ । ଅପରାହ୍ନରେ ରଥଟଣା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲେ । ଚଳିତ ବର୍ଷ ରଥଯାତ୍ରା ଦେଖିବା ପାଇଁ ପାରଳା ସହର ସମେତ ପୁରପଲ୍ଲୀ ଓ ପଡୋଶୀ  ଆନ୍ଧ୍ରର ଭକ୍ତଙ୍କ ସମାଗମ ହୋଇଥିଲା । ମା ସୁଭଦ୍ରାଙ୍କ ରଥକୁ ମହିଳା ମାନେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନାର ସହ ଟାଣିଥିଲେ ଏବଂ ଏଥିରେ ହଜାର ହଜାର ସଂଖ୍ୟାରେ ମହିଳା ଓ ଯୁବତୀ ମାନେ ସାମିଲ ଥିଲେ । ସେହିଭଳି ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ଏବଂ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ଏବଂ ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଶ୍ରଦ୍ଧାଳୁ ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଇଥିଲେ । ଶାନ୍ତି ଶୁଙ୍ଖୁଳା ରକ୍ଷା ପାଇଁ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶ  ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ବହୁ ସଂଖ୍ୟାରେ ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ ପୋଲିସ ଅଧିକାରୀ ପୋଲିସ ବାହିନୀ ମୃତୟନ ଥିଲେ ।

ମଣିଭଦ୍ରା ଖବର, ଗଜପତି 

Post a Comment

Previous Post Next Post
Header ADS