ଗଣଧାରଣା ଏବଂ ଅନଶନ ଦ୍ବିତୀୟ ଦିନରେ, ପ୍ରଶାସନ ନିରବ
ଗଣିଆ (ମଣିଭଦ୍ରା ଖବର) ଗଣିଆ ବଡମୂଳ ରାସ୍ତା ନିର୍ମାଣ ଦାବିରେ ଗତକାଲି ଠାରୁ ଛାମୁଣ୍ଡିଆ ବିକାଶ ମଞ୍ଚ ତରଫରୁ ବ୍ଳକ ସମ୍ମୁଖରେ ଅନଶନ ଏବଂ ଗଣଧାରଣା ଦ୍ବିତୀୟ ଦିନରେ ପହଞ୍ଚିଛି । ଧାରଣା ଦୁଇ ଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ମାନଙ୍କର ନିଦ ଭାଙ୍ଗିନାହିଁ । ଧାରଣାସ୍ଥଳରେ ପହଞ୍ଚି ଜନସାଧାରଣଙ୍କ ସମସ୍ୟା ବୁଝିବା ଦୂରର କଥା ସାମାନ୍ୟ ଆଶ୍ଵାସନା ମଧ୍ୟ କେହି ପ୍ରଦାନ କରି ନାହାନ୍ତି ଯାହାକି ପ୍ରଶାସନର ଅପାରଗତାକୁ ପଦାରେ ପକାଉଛି । ଉକ୍ତ ରାସ୍ତା ନିର୍ମାଣ ହେବା ନିହାତି ଆବଶ୍ୟକ ଜାଣି ମଧ୍ୟ ପ୍ରଶାସନ କାହିଁକି ନିରବ ଏବଂ ଠିକାଦାରଙ୍କ ପ୍ରତି ଏତେ ଅନୁକମ୍ପା କାହିଁକି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଆସନ୍ତାକାଲି ଠାରୁ ଆମରଣ ଅନଶନ କରିବେ ବୋଲି ଛାମୁଣ୍ଡିଆ ବିକାଶ ମଞ୍ଚର ସଭାପତି ଜୟଦେବ ସାହୁ ସୂଚନା ପ୍ରଦାନ କରିଛନ୍ତି ।
ମଣିଭଦ୍ରା ଖବର, ଗଣିଆ
Post a Comment