ଖଣ୍ଡପଡା ଏନଏସି କାର୍ଯ୍ୟାଳୟରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ
ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡା ଏନଏସି କାର୍ଯ୍ୟାଳୟରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅଭିଷେକ ମିଶ୍ର ମଙ୍ଗଳବାର କାର୍ଯ୍ଯରେ ଯୋଗ ଦେଇଛନ୍ତି। ଏନଏସିର ସମସ୍ତ କର୍ମଚାରୀ ନୂତନ ପ୍ରଶାସନିକ ଅଧିକାରୀଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ କରି ସ୍ୱାଗତ କରିଥିଲେ। ପ୍ରକାଶଥାଉକି ଶ୍ରୀ ମିଶ୍ର ଏଥି ପୂର୍ବରୁ ରାଉରକେଲା ପୌରପାଳିକାରେ ଅତିରିକ୍ତ କମିଶନର ଭାବେ କାର୍ଯ୍ୟରତ ଥିଲେ। ଗତ କିଛିଦିନ ତଳେ ଏଠାରେ କାର୍ଯ୍ଯରତ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିରଞ୍ଜନ କୁମାର ଧଳ ଠିକାଦାରଙ୍କ ଠାରୁ ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଜେଲ ଯିବାପରେ ଏହି ପଦବୀଟି ଖାଲି ପଡିଥିଲା। ନୂତନ ଅଧିକାରୀଙ୍କ ଯୋଗଦାନ ପରେ ଏନଏସିର କର୍ମଚାରୀମାନେ ଆନନ୍ଦ ପ୍ରକାଶ କରିଛନ୍ତି। ଖଣ୍ଡପଡ଼ା ସହରାଞ୍ଚଳର ସାମଗ୍ରିକ ବିକାଶକୁ ସେ ପ୍ରାଥମିକତା ଦେବେ ବୋଲି କାର୍ଯ୍ଯନିର୍ବାହୀ ଅଧିକାରୀ ଶ୍ରୀ ମିଶ୍ର ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
Post a Comment