.ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଆୟୋଜିତ.
ଚିଲିକା (ସଂଗ୍ରାମ ରଣା) ଓଡିଶା ସରକାର ମିଶନ ଶକ୍ତି ବିଭାଗ ଙ୍କର ନିର୍ଦ୍ଧେଶ କ୍ରମେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ରେ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟ କ୍ରମରେ ବ୍ଲକ ର ୨୩୨୨ ଟି SHG ମଧ୍ୟରୁ ୧୫ ଟି SHG ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ପ୍ରତି SHG ର ତିନିଜଣ ମହିଳା ନିଜ ନିଜର ଖାଦ୍ୟ କୁ ପ୍ରସ୍ତୁତ କରିବା ସହିତ ବିଚାରକ ମାନଙ୍କ ଆଗରେ ଉପସ୍ଥାପନ କରିଥିଲେ। ବିଚାରକ ଭାବରେ ମଣ୍ଡଳ ଉନ୍ନୟନ ଅଧିକାରିଣୀ ସୁଶ୍ରୀ ପୁନମ ମହାପାତ୍ର, ସି ଡି ପି ଓ ଅଞ୍ଜଳୀ ବାଳା ମଲ୍ଲିକ, ବ୍ଲକ ଉପାଧ୍ୟାକ୍ଷ ଅରୁଣ କୁମାର ପଟ୍ଟନାୟକ ଯୋଗ ଦେଇ ସେମାନଙ୍କର ପ୍ରସ୍ତୁତ ଖାଦ୍ୟର ସ୍ୱାଦ କୁ ପରଖି ସେମାନଙ୍କ ମଧ୍ୟରୁ ପ୍ରଥମ ଓ ଦ୍ୱିତୀୟ ବିଜେତା ଚୟନ କରିଥିଲେ। ପ୍ରଥମ ଭାବେ ମା ବରୁଣେଇ SHG ହରିପୁର, ଦ୍ୱିତୀୟ ଭାବେ ମା ବାର ଭୂଇଁୟା SHG କୁ ଚୟନ କରାଯାଇଥିଲା। ଏଥିରେ ବ୍ଲକ ମିଶନ ଶକ୍ତି ପ୍ରକଳ୍ପ ର ବ୍ଲକ ସଂଯୋଜିକା ଶ୍ରୀମତୀ ସ୍ୱପ୍ନା ପାତ୍ର, ବି ଏଲ ସି ସ୍ମିତା ଜାହ୍ନବୀ ନନ୍ଦ ଙ୍କ ସମେତ ବ୍ଲକ ର ସମସ୍ତ କର୍ମକର୍ତ୍ତା ସହଜିଗ କରିଥିଲେ।
إرسال تعليق