ଦୀର୍ଘ 8 ଘଣ୍ଟା ପରେ ପଥର ସନ୍ଦିରୁ ଉଦ୍ଧାର ହେଲେ ନାବାଳକ ହାତ ।
ଗଜପତି (ମନୋଜ କୁମାର ପାଢୀ)୬/୬/- ଦୀର୍ଘ ଆଠ ଘଣ୍ଟା ପରେ ନାବାଳକ ର ହାତ ବାହାରିଲା ପଥର ସନ୍ଦୀରୁ। ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକର ଛେଳିଗଡ଼ ପଞ୍ଚାୟତ ଅନ୍ତର୍ଗତ ତିଳିଗାଆଁ ଗ୍ରାମର ହରିଶ୍ଚନ୍ଦ୍ର ବେହେର୍ଦଳାଇଙ୍କ ପୁଅ ଶ୍ରୀହରୀ ବେହେର୍ଦଳାଇ ବୟସ 15 ସବୁଦିନ ଭଳି ଗାଁ ନିକଟସ୍ଥ ରାମନଦୀକୁ ଗାଧୋଇବା ପାଇଁ ଦିନ 3 ଘଣ୍ଟା ସମୟରେ କିଛି ସାଙ୍ଗଙ୍କ ସହ ମିଶି ଯାଇଥିଲା | ହଠାତ୍ ଗାଧୋଇବା ପୂର୍ବରୁ ସାବୁନଟି ଖସିପଡିଲା ଦୁଇପଥର ମଧ୍ୟରେ ଥିବା ଫାଙ୍କରେ | ପିଲାଟି ସାବୁନ୍ ଟିକୁ ବାହାର କରିବା ପାଇଁ ସେହି ପଥର ଫାଙ୍କରେ ହାତ ଭର୍ତିକଲା | ଆଶ୍ଚର୍ଯ୍ୟର କଥା ଦିର୍ଘ 3 ଘଣ୍ଟାର ସମସ୍ତ ପ୍ରକାର ଚେଷ୍ଟା କରିଥିଲେ । ଯେତେ ଚେଷ୍ଟା କଲେ ମଧ୍ୟ ବାହାରି ନଥିଲା । ଦୀର୍ଘ ଦୁଇ ଘଂଟା ପରେ ନାବାଳକ ର ପରିବାର ଲୋକେ ଜାଣିବାକୁ ପାଇଲେ ନିଜସ୍ଵ ଚେଷ୍ଟା ରେ ବିଫଳ ହୋଇ ଅଗ୍ନି ସମବାହିନି କୁ ସୂଚନା ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରିବାକୁ ଆପ୍ରାଣ ଚେଷ୍ଟା କରି ବିଫଳ ହୋଇଥିଲେ । ଯାହାକି ସନ୍ଧ୍ୟା 6 ଟା ଠାରୁ ରାତି 11ଟା ପର୍ଯ୍ୟନ୍ତ ଅଗ୍ନିଶମ ବାହିନୀ ଓ JCB ମେସିନ ଲାଗି ପଥରକୁ ତାଡ଼ିବା ପରେ ଯାଇ ନାବାଳକ ର ହାତ ବାହାରିଥିଲା । ସଙ୍ଗେ ସଙ୍ଗେତାକୁ ସେଠାରେ ଥିବା 108 ଆମ୍ବୁଲାନ୍ସ ଯୋଗେ ଚନ୍ଦ୍ରଗିରି ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ଡାକ୍ତର ଋତୁରାଜ ମିଶ୍ର ତାଙ୍କ ସ୍ଵାସ୍ଥ୍ୟ ବସ୍ଥା ଠିକ୍ ଥିବା କହିଛନ୍ତି ।
ମଣିଭଦ୍ରା ଖବର, ଗଜପତି
إرسال تعليق