BREAKING
Loading...
:

ଗାଡିଆରେ ବୁଡି ୧୦ ବର୍ଷର ଝୀଅର ମୃତ୍ୟୁ।

 ଗାଡିଆରେ ବୁଡି ୧୦ ବର୍ଷର ଝୀଅର ମୃତ୍ୟୁ।



ଗଜପତି (ମନୋଜ କୁମା୍ର ପାଢୀ) ଏପରି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲ୍ଲା ରାମଗିରି ଥାନା ଅନ୍ତର୍ଗତ ତବାରସିଂ ଗ୍ରାମରେ। ଲୋକଙ୍କ କହିବା ଅନୁସାରେ ସେହି ଗ୍ରାମର ଈଶ୍ବର ବଡରଇତଙ୍କ ଝୀଅ ଆରତି ବଡରଇତ ଯାହାର ବୟସ ପ୍ରାୟ ୧୦ ବର୍ଷ। ନିଜ ଗାଁର ସାଙ୍ଗ ସାଥିଙ୍କ ସହ ଗାଁ ନିକଟସ୍ଥ ଆମ୍ବ ତୋଟାକୁ ଯାଇ ଆମ୍ବ ଗୋଟେଇ ଥିଲେ। ପରେ ସେହି ନିକଟରେ ଥିବା ଏକ ଗାଡିଆରେ ଗାଧେଇବାକୁ ଯାଇଥିଲେ। ଗାଧଉଗାଧଉ ହଠାତ ଆରତି ର ଗୋଡ ଖସି ମଝି ଗାଡିଆକୁ ଚାଲିଯାଇଥିଲେ। ସେଠି ଅଧିକ ଗଭୀର ଥିବାରୁ ଆଉ ବାହାରକୁ ଆସି ପାରିନଥିଲେ। ସାଙ୍ଗମାନେ ମଧ୍ୟ ତାକୁ ବାହାରକୁ ଆଣି ନ ପାରି ଗାଁକୁ ଯାଇ ଖବର ଦେଲେ। ଗାଁରୁ ଲୋକେ ଆସି ଝୀଅଟିକୁ ଉଦ୍ଧାର କରି ରାମଗିରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ହେଲେ ସେଠି ଡାକ୍ତର ବ୍ରଜ କିଶୋର କର ଆରତି ର ମୃତ୍ୟୁ ହୋଇଥିବା କହିବା ସହ ଥାନାକୁ ସୂଚନା ଦେଇଥିଲେ।ପୋଲିସ ଡାକ୍ତରଖାନାରେ ପହଞ୍ଚି ପଚରା ଉଚୁରା କରି ୪/ ୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଛ୍ଛେଦ ଲାଗି ପାରଳାଖେମୁଣ୍ଡି ମୂଖ୍ୟ ଡାକ୍ତରଖାନାକୁ ପଠେଇଥିଲେ ଓ ପରେ ପୋଲିସ  ସଦଳେ ତବାରସିଂ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିଲେ। ଏ ଖବର ଜାଣି ଆଞ୍ଚଳିକ ଜନ ପ୍ରତିନିଧି ,ବୁଦ୍ଧୀଜିବୀ ଓ ବହୁସଂଖ୍ୟକ ଲୋକ ରାମଗିରି ଡାକ୍ତରଖାନାକୁ  ଆସିଥିଲେ ଏବଂ ସେଥି ଲାଗି ଅଞ୍ଚଳରେ ମଧ୍ୟ ଦୁଖର ଛାୟା ଖେଳିଯାଇଛି। 

ମଣିଭଦ୍ରା ଖବର, ଗଜପତି 

Post a Comment

أحدث أقدم
Header ADS