ରତନପୁର ଗ୍ରାମକୁ ରାସ୍ତା ନିର୍ମାଣ କେବେ ? ------------------------
ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ବ୍ଲକ ଅଧିନ ବଡବାଣପୁର ପଞ୍ଚାୟତର ରତନପୁର ଗ୍ରାମକୁ ସବୁଦିନିଆ ପକ୍କା ରାସ୍ତା ନିର୍ମାଣରେ ସ୍ଥାନୀୟ ଅଞ୍ଚଳର କେତେକ ଜବରଦଖଲକାରୀ ବାଧକ ସାଜିଛନ୍ତି। ସରକାରୀ ଜାଗାରୂ ଜବରଦଖଲକାରୀମାନଙ୍କୁ ହଟାଇବାରେ ପ୍ରଶାସନ ବିଫଳ ହୋଇଥିବାରୁ ଗ୍ରାମବାସୀଙ୍କ ମଧ୍ଯରେ ଅସନ୍ତୋଷ ପ୍ରକାଶ ପାଇଛି।ରାସ୍ତା ନିର୍ମାଣ ନେଇ ଗ୍ରାମବାସୀଙ୍କ ବାରମ୍ବାର ଦାବି ପରେ ଖଣ୍ଡପଡ଼ା ତହସିଲ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇ ଥିଲେ ହେଁ ଅଦ୍ୟାବଧି ରାସ୍ତା ନିର୍ମାଣ ନିମନ୍ତେ ଆବଶ୍ୟକୀୟ ଜାଗା ଚିହ୍ନଟ କରାଯାଇ ନଥିବା ଜଣାପଡିଛି।ଏପରିକି ଖଣ୍ଡପଡ଼ା ତହସିଲଦାର,ଅତିରିକ୍ତ ତହସିଲଦାର,କଣ୍ଟିଲୋ ରାଜସ୍ବ ନିରୀକ୍ଷକ ପ୍ରମୁଖ ରତନପୁର ଗାଁକୁ ପରିଦର୍ଶନରେ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ ହେଁ ରାସ୍ତା ନିର୍ମାଣ ନିମନ୍ତେ ଆବଶ୍ୟକ ପଡୁଥିବା ଜାଗାକୁ ଜବରଦଖଲମୁକ୍ତ କରିପାରି ନାହାନ୍ତି। ଫଳରେ ଗ୍ରାମକୁ ରାସ୍ତା ନିର୍ମାଣ ନେଇ ଅନିଶ୍ଚିତତା ଦେଖାଦେଇଛି।ପ୍ରକାଶ ଥାଉକି ଗ୍ରାମକୁ ଭଲ ରାସ୍ତା ଟିଏ ନଥିବାରୁ ରତନପୁର ଗ୍ରାମର ବାସିନ୍ଦା ଯାତାୟତ ନିମନ୍ତେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଜଣାପଡିଛି। ଏଥିପ୍ରତି ନୟାଗଡ ଜିଲ୍ଲାପାଳ ଓ ରାଜସ୍ବ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ରତନପୁର ଗ୍ରାମବାସୀ ଦାବି କରିଛନ୍ତି। ରାସ୍ତା ନିର୍ମାଣ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଏକ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ପ୍ରଦାନ କରାଯାଇଥିବା ଜଣାଯାଇଛି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
Post a Comment