BREAKING
Loading...
:

ଖଣ୍ଡପଡ଼ା ଜଗନ୍ନାଥ ମନ୍ଦିରରେ ରୁକ୍ମିଣୀ ବିବାହ ସମ୍ପନ୍ନ।

 ଖଣ୍ଡପଡ଼ା ଜଗନ୍ନାଥ ମନ୍ଦିରରେ ରୁକ୍ମିଣୀ ବିବାହ ସମ୍ପନ୍ନ।




ଖଣ୍ଡପଡ଼ା ( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ସହରର ଜଗନ୍ନାଥ ମନ୍ଦିରରେ ରୁକ୍ମିଣୀ ଦେବୀଙ୍କ ବିବାହ ଉତ୍ସବ ଶୁକ୍ରବାର ରାତିରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି।ବର ପକ୍ଷରୁ ବିଜୟ କୁମାର ମିଶ୍ର ଓ କନ୍ୟା ପକ୍ଷରୁ ଜଗନ୍ନାଥ ମନ୍ଦିର ର ବରିଷ୍ଠ ପୂଜକ ପ୍ରଫୁଲ୍ଲ କୁମାର ପରୀକ୍ଷା ଦାୟୀତ୍ବ ତୁଲାଇଥିଲେ।ଦେବ ଦମ୍ପତି ଙ୍କ ଏହି ବିବାହ ଉତ୍ସବ ନିମନ୍ତେ ମନ୍ଦିର ପରିସରରେ ବହୁ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା। ସମସ୍ତଙ୍କ ନିମନ୍ତେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରସାଦ ସେବନ ବ୍ୟବସ୍ଥା  କରାଯାଇଥିଲା। ବହୁ ସଂଖ୍ୟା ରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ଆଖପାଖ ଅଞ୍ଚଳର ଭକ୍ତଙ୍କ ସମାଗମ ଯୋଗଦାନ କରିଥିଲେ।ସମସ୍ତ ଭକ୍ତଙ୍କ ଭକ୍ତି ର ସହ ଏହି କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦନା କରି ଠାକୁର ଙ୍କ ଭୋଗ ପ୍ରସାଦ ସେବନ କରିବା ସହିତ ଭଜନ ଗୀତ ଗାନ ଓ ସଂକୀର୍ତ୍ତନ ପରିବେଷଣ କରିଥିଲେ। ବିବାହ ମଣ୍ଡପ ରେ ପୂର୍ବ ପ୍ରଥା ଅନୁସାରେ ଠିକ୍  ରୂପେ କାର୍ଯ୍ୟ ନିର୍ବାହ କରାଯାଇ ସମସ୍ତ ଭକ୍ତଙ୍କ ନିମନ୍ତେ ଉନ୍ନତି ନିମନ୍ତେ ହୋମ ଜଜ୍ଞ ର ଆୟୋଜନ କରାଯାଇଥିଲା। କିଛି ବ୍ରାହ୍ମଣ ପରିବାରରୁ ବୟସ୍କ ବ୍ୟକ୍ତି ଙ୍କୁ ବିବାହ ଉପଲକ୍ଷେ ବସ୍ତ୍ର ପରିଧାନ ଓ ଦକ୍ଷିଣା ଦିଆଯାଇଥିଲା ଓ ସମ୍ମାନ ସହ ଆଶ୍ରିବାଦ ଗ୍ରହଣ କରିଥିଲେ କନ୍ୟା ଓ ବରର ପରିବାର ଲୋକ। ଏଥିସହିତ ବହୁ ଆଡମ୍ବର ସହିତ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା ହିନ୍ଦୁ ଧର୍ମର ପାରମ୍ପରିକ ଜଗନ୍ନାଥ ସଂସ୍କୃତି କୁ ବଜାଇ ରଖିବାରେ ସଫଳତା ହାସଲ କରିଛନ୍ତି ଓ ପାରମ୍ପରିକ ଭାବେ ଏହି କାର୍ଯ୍ୟକ୍ରମ କୁ ବଜାଇ ରଖିବାରେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ ସମସ୍ତ ଭକ୍ତ । ଏହା ବହୁ ବର୍ଷ ଧରି ରାଜା ମହାରାଜା ଙ୍କ ଆବାହନ କାଳରୁ ପ୍ରଚଳିତ କାର୍ଯ୍ୟ ନିର୍ବାହ ହୋଇ ଆସୁଛି ଓ ଆଗକୁ ଏହି ପର୍ବ ପାଳନ ବଜାୟ ରଖିବାକୁ ସମସ୍ତଙ୍କ ପାଇଁ ଏକ ଆହ୍ୱାନ ହିନ୍ଦୁ ସମ୍ପ୍ରଦାୟ ଜଗନ୍ନାଥ ଠାକୁର ଙ୍କ ଠାରେ ସମସ୍ତ ଭକ୍ତ ମାନଂଙ୍କ ନିମନ୍ତେ ପ୍ରାର୍ଥନା କରି ଯଜ୍ଞ ସମ୍ପନ୍ନ ହୋଇଥିଲା।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS