BREAKING
Loading...
:

ଜଳାପୋଡ଼ା ରୋଗ ସଚେତନା ଓ ସ୍ଵାସ୍ଥ୍ୟ ଶିବିର

 *ଜଳାପୋଡ଼ା ରୋଗ ସଚେତନା ଓ ସ୍ଵାସ୍ଥ୍ୟ ଶିବିର **



ବ୍ରହ୍ମପୁର (ମଣିଭଦ୍ରା ଖବର) .ପ୍ରାତଃ ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଚିର ନିରୋଗ ପାଇଁ ଦାହ ରୋଗ ସଚେତନା ଓ ନିଃଶୁଳ୍କ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି କହିଲେ ମଦ୍ୟପାନ,ଖରାରେ ଅଧିକ ପରିଶ୍ରମ,ରାତ୍ର ଅନିଦ୍ରା,ବାହାର ରାଗ,ଖଟା, ତେଲ ଛଣା ଖାଦ୍ୟ ଖାଇଲେ ଓ ସପ୍ତଧାତୁ କ୍ଷୟ ହେଲେ ପିତ୍ତ ବାତ ବୃଦ୍ଧି ହୋଇ ଦାହ ରୋଗ ହୁଏ l ଅନ୍ୟ ରୁତୁ ଅପେକ୍ଷା ଗ୍ରୀଷ୍ମ ଋତୁରେ ହାତ ପାଦ ତାଳୁ, ଆକ୍ଷି ଜଳାପୋଡା ବା ଦାହ ହୁଏ l କାରଣ ଗୁଡିକୁ ଛାଡି ବେଣାଚେର, କୁରୁବେଲି, ବତୁରା ପାଣି ସହ ଚନ୍ଦନପାଣି ମିଶାଇ ପିଇଲେ l କଦଳୀ ପତ୍ର କିମ୍ବା ପଦ୍ମପତ୍ର ବିଛାଇ ଶୋଇଲେ ,ଓଦା ତାଳପତ୍ର ବିଞ୍ଚଣାରେ ବିଞ୍ଚି ହେଲେ l ଧାତୁ ବର୍ଦ୍ଧକ ରସାୟନ ସେବନ କଲେ ଭଲ ହୋଇଯାଏ l 


ଏହି ଅବସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା l ଶିବିରର ପରିଚାଳନାରେ ଡି. ଶ୍ରୀନିବାସ ରାଓ ସହଯୋଗ କରିଥିଲେ l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS