BREAKING
Loading...
:

୩ ଦଫା ଦାବି ନେଇ କଳା ବ୍ୟାଚ୍ ପିନ୍ଧିଲେ ବନ କର୍ମଚାରୀ

 ୩ ଦଫା ଦାବି ନେଇ କଳା ବ୍ୟାଚ୍ ପିନ୍ଧିଲେ ବନ କର୍ମଚାରୀ 

ଗଣିଆ : - ( ମଣିଭଦ୍ରା ଖବର) ଓଡ଼ିଶା ଅଣ ଗେଜେଟେଡ ବନସେବା ସଂଘ ଡ଼ାକରାରେ କଳାବ୍ୟାଚ୍ ପିନ୍ଧିଲେ  ଗଣିଆ ବନବିଭାଗର ବନ କର୍ମଚାରୀ । ସଂଘର ନିଷ୍ପତ୍ତି ଅନୁଯାୟୀ ୧୫ ତାରିଖ ଠାରୁ  ୨୧ ତାରିଖ ପର୍ଯ୍ୟନ୍ତ ବନାଂଚଳ ଅଧିକାରୀ କଳାବ୍ୟାଚ୍ ପିନ୍ଧି ,କାର୍ଯ୍ୟ କରିବା ସହିତ ଏହି ଅବଧି ମଧ୍ୟରେ କୈlଣସି ବିପଦପୂର୍ଣ୍ଣ ,ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନ କରିବାପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଦାବି ପୂରଣ ନ ହେଲେ ଆସନ୍ତା ୨୨ ତାରିଖ ଠାରୁ ସମସ୍ତ ବନ କର୍ମଚାରୀ ମାନେ  ହରତାଳ କରିବା ସହିତ ,ସମୂହ ଛୁଟିରେ ଯିବାପାଇଁ  ବନକର୍ମଚାରୀ ସଂଘ ନିଷ୍ପତ୍ତି ନେଇଛନ୍ତି । ପ୍ରକାଶ ଥାଉକି ଦିନକୁ ଦିନ ବନ କର୍ମଚାରୀ ମାନେ ନିଜକୁ ଅ - ସୁରକ୍ଷିତ ମଣିବା ସହିତ ,କର୍ତ୍ତବ୍ୟ କରିବା ସମୟରେ ଜଂଗଲ ମାଫିଆଙ୍କ ଆକ୍ରମଣରେ ସେମନଙ୍କର ଜୀବନ ଚାଲି ଯାଉଛି । ନିକଟ ଅତୀତରେ ଢେଙ୍କାନାଳ ଡିଭିଜନର ଫରେଷ୍ଟ ଗାର୍ଡ଼ ପ୍ରହଲ୍ଲାଦ ପ୍ରଧାନ  ଶିକାରୀ ଗୁଳିରେ ମୃତ୍ୟୁ  ପରେ ବନ କର୍ମଚାରୀ ମାନେ  ନିଜର ଓ ନିଜ ପରିବାରର ସୁରକ୍ଷା ଉପରେ ଚିନ୍ତା ପ୍ରକଟ କରିଛନ୍ତି । ଜଂଗଲ ମାଫିଆମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରେ ସଜ୍ଜିତ ହୋଇ ଜଂଗଲ ରାଜ୍ କରୁଥିବାବେଳେ ବିଚରା ବନ କର୍ମଚାରୀ ଲାଠି ଖଣ୍ଡିଏ ଧରି ମାଫିଆଙ୍କ ମୁକାବିଲା ପାଇଁ ସମର୍ଥ ହୋଇ ପାରୁନାହିଁ । ରକ୍ତମୂଖା ଜଂଗଲ ମାଫିଆଙ୍କ ହାତରେ ବନକର୍ମଚାରୀଙ୍କ ଅକାଳ ମୃତ୍ୟୁ ହେଉଛି ଏବଂ ବନ କର୍ମଚାରୀଙ୍କ ପରିବାର ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି । ତେଣୁ ମୃତ ବନ କର୍ମଚାରୀ ପ୍ରହଲାଦ ପ୍ରଧାନଙ୍କ ପରିବାରକୁ ୧ କୋଟି ଟଙ୍କା ର କ୍ଷତିପୂରଣ ସହିତ ଜଣକୁ ଚାକିରୀ ପ୍ରଦାନ ପାଇଁ ବନ କର୍ମଚାରୀ ସଂଘ ଦାବି କରିଛନ୍ତି । ଅପରପକ୍ଷେ ବନ କର୍ମଚାରୀଙ୍କ ପ୍ରଶିକ୍ଷଣ  ଦିଆଯାଇଥିଲେ ମଧ୍ୟ ,ଆତ୍ମରକ୍ଷା ପାଇଁ କୈlଣଷି ଅସ୍ତ୍ରଶସ୍ତ୍ର ଦିଆଯାଉ ନାହିଁ  । ତେଣୁ ବନକର୍ମଚାରୀଙ୍କୁ ତୁରନ୍ତ ଅସ୍ତ୍ରଶସ୍ତ୍ର ପ୍ରଦାନ କରିବାକୁ ସଂଘ ଦାବି କରିଛି । ଏତଦ୍ବ୍ୟତୀତ ରାଜ୍ୟ ସ୍ତରରେ ଫରେଷ୍ଟ କମିସନ ଗଠନ କରିବା ସହିତ ବନଖଣ୍ଡ, ବନାଂଚଳ ଓ ବିଟ୍ ସ୍ତରରେ ପୁନର୍ଗଠନ କରାଯାଇ ,ଅଧିକ ବନକର୍ମଚାରୀ ନିଯୁକ୍ତ କରାଗଲେ ବନ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ତ୍ବରାନ୍ବିତ ହୋଇପାରିବ ବୋଲି ସଂଘ ଦାବି ଉପ୍ଥାପନ କରିଛି । ଓଡିଶା ପୋଲିସ ଢାଞ୍ଚା ରେ ପ୍ରତି ବନକର୍ମଚାରୀଙ୍କୁ ଦରମାଭିତ୍ତିକ ଏକକୋଟି ଟଙ୍କା ର ମାଗଣା ବିମା ସହାୟତା ଯୋଗାଇ ଦେବାକୁ ମଧ୍ୟ ସଂଘ ଦୃଢ ଦାବି ଉପସ୍ଥାପନ କରିଛି । ଗଣିଆ ବନ ବିଭାଗର ଫରେଷ୍ଟର ମନୋଜ ପ୍ରଭାକର ସାହୁ, ଫରେଷ୍ଟର ସନ୍ତୋଷ କୁମାର ପ୍ରଧାନ, ଫରେଷ୍ଟ ଗାର୍ଡ ବୈଷ୍ଣବୀ ନାୟକ,କୁନି ଓଝା,ବନଶ୍ରୀ ନାୟକ, ଧରଣୀଧର ନାୟକ, ବିପିନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS