BREAKING
Loading...
:

କଳା ବ୍ୟାଚ୍ ପିନ୍ଧିଲେ ବନ କର୍ମଚାରୀ

 କଳା ବ୍ୟାଚ୍ ପିନ୍ଧିଲେ ବନ କର୍ମଚାରୀ ।


ଦଶପଲ୍ଲା : - ( ଶିବାନୀ ଦୀପାଞ୍ଜଳୀ) କଳାବ୍ୟାଚ୍ ପିନ୍ଧିଲେ ମହାନଦୀ ବନ୍ୟପ୍ରାଣୀ ଡିଭିଜନ ର ବନ କର୍ମଚାରୀ । ଗତ ୧୫ ତାରିଖ ଠାରୁ  ୨୧ ତାରିଖ ପର୍ୟନ୍ତ ନୟାଗଡ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡର  ୩୬ ଜଣ ବନରକ୍ଷୀ, ବନପାଳ ଓ ଉପ - ବନାଂଚଳ ଅଧିକାରୀ କଳାବ୍ୟାଚ୍ ପିନ୍ଧି ,କାର୍ଯ୍ୟ କରୁଥିବାବେଳେ ,ଏହି ଅବଧି ମଧ୍ୟରେ କୈlଣଷି  ବିପଦପୂର୍ଣ୍ଣ ,ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନ କରିବାପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଦାବି ପୂରଣ ନ ହେଲେ ଆସନ୍ତା ୨୨ ତାରିଖ ଠାରୁ ସମସ୍ତ ବନ କର୍ମଚାରୀ ମାନେ  ହରତାଳ କରିବା ସହିତ ,ସମୂହ ଛୁଟିରେ ଯିବାପାଇଁ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଡିଭିଜନ ସ୍ତରୀୟ ବନକର୍ମଚାରୀ ସଂଘ ନିଷ୍ପତ୍ତି ନେଇଛନ୍ତି । ପ୍ରକାଶ ଥାଉକି ,ଦିନକୁ ଦିନ ବନ କର୍ମଚାରୀ ମାନେ ନିଜକୁ ଅ - ସୁରକ୍ଷିତ ମଣିବା ସହିତ ,କର୍ତ୍ତବ୍ୟ କରିବା ସମୟରେ ଜଂଗଲ ମାଫିଆକଂ ଆକ୍ରମଣରେ ସେମନଙ୍କର ଜୀବନ ଚାଲି ଯାଉଛି । ନିକଟ ଅତୀତରେ ଢେଙ୍କାନାଳ ଡିଭିଜନର ଫରେଷ୍ଟ ଗାର୍ଡ଼ ପ୍ରହଲ୍ଲାଦ ପ୍ରଧାନ କଂ ଶିକାରୀ ଗୁଳିରେ ମୃତ୍ତ୍ୟୁ ପରେ ,ବନ କର୍ମଚାରୀ ମାନେ  ନିଜର ଓ ନିଜ ପରିବାରର ସୁରକ୍ଷା ଉପରେ ଚିନ୍ତା ପ୍ରକଟ କରିଛନ୍ତି । ଜଂଗଲ ମାଫିଆମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରେ ସଜ୍ଜିତ ହୋଇ ଜଂଗଲ ରାଜ୍ କରୁଥିବାବେଳେ, ବିଚରା ବନ କର୍ମଚାରୀ ଲାଠି ଖଣ୍ଡିଏ ଧରି ମାଫିଆଙ୍କ ମୁକାବିଲା ପାଇଁ ସମର୍ଥ ହୋଇ ପାରୁନାହିଁ । ରକ୍ତମୂଖା ଜଂଗଲ ମାଫିଆଙ୍କ ହାତରେ ବନକର୍ମଚାରୀ କଂ ଅକାଳ ମୃତ୍ୟୁ ହେଉଛି ଏବଂ ବନ କର୍ମଚାରୀଙ୍କ ପରିବାର ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି । ତେଣୁ ମୃତ ବନ କର୍ମଚାରୀ ପ୍ରହଲାଦ ପ୍ରଧାନ କଂ ପରିବାରକୁ ୧ କୋଟି ଟଙ୍କା ର କ୍ଷତିପୂରଣ ସହିତ ଜଣକୁ ଚାକିରୀ ପ୍ରଦାନ ପାଇଁ ବନ କର୍ମଚାରୀ ସଂଘ ଦାବି କରିଛନ୍ତି । ଅପରପକ୍ଷେ ବନ କର୍ମଚାରୀ କୁଂ ପ୍ରଶିକ୍ଷଣ  ଦିଆଯାଇଥିଲେ ମଧ୍ୟ ,ଆତ୍ମରକ୍ଷା ପାଇଁ କୈlଣଷି ଅସ୍ତ୍ରଶସ୍ତ୍ର ଦିଆଯାଉ ନାହିଁ ,ତେଣୁ ବନକର୍ମଚାରୀ କୁଂ ତୁରନ୍ତ ଅସ୍ତ୍ରଶସ୍ତ୍ର ପ୍ରଦାନ କରିବାକୁ ସଂଘ ଦାବି କରିଛି । ଏତଦ୍ବ୍ୟତୀତ ରାଜ୍ୟ ସ୍ତରରେ ଫରେଷ୍ଟ କମିସନ ଗଠନ କରିବା ସହିତ ବନଖଣ୍ଡ, ବନାଂଚଳ ଓ ବିଟ୍ ସ୍ତରରେ ପୁନର୍ଗଠନ କରାଯାଇ ,ଅଧିକ ବନକର୍ମଚାରୀ ନିଯୁକ୍ତ କରାଗଲେ ବନ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ତ୍ବରାନ୍ବିତ ହୋଇପାରିବ ବୋଲି ସଂଘ ଦାବି ଉପ୍ଥାପନ କରିଛି । ଓଡିଶା ପୋଲିସ ଢାଞ୍ଚା ରେ ପ୍ରତି ବନକର୍ମଚାରୀ କୁଂ ଦରମାଭିତ୍ତିକ ,ଏକକୋଟି ଟଙ୍କା ର ମାଗଣା ବିମା ସହାୟତା ଯୋଗାଇ ଦେବାକୁ ମଧ୍ୟ ସଂଘ ଦୃଢ ଦାବି ଉପସ୍ଥାପନ କରିଛି । ଏହି ଦାବିପ୍ରତି ଯଦି ସରକାର ଯତ୍ନବାନ ନ ହୁଅନ୍ତି ତେବେ ବନକର୍ମଚାରୀ ମାନେ ଆନ୍ଦୋଳନ କରିବା ସହିତ ,ସମୁହ ଛୁଟିରେ ଯିବେ ବୋଲି ବନକର୍ମଚାରୀ ସଂଘ ଚେତାବନୀ ଦେଇଛି ।

ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

Previous Post Next Post
Header ADS