BREAKING
Loading...
:

ଆଦିବାସୀ ଭବନ ଉଦଘାଟନ କଲେ ନିରଞ୍ଜନ

 ଆଦିବାସୀ ଭବନ ଉଦଘାଟନ କଲେ  ନିରଞ୍ଜନ  ।




ବଲାଙ୍ଗୀର/ଟିଟିଲାଗଡ଼ (ମଣିଭଦ୍ରା ଖବର) ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଖୋଲାଣ ଠାରେ  ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ନିରଞ୍ଜନ ବିଶି ଆଦିବାସୀ ଭବନ  ଉଦଘାଟନ କରିଛନ୍ତି l ସାଂସଦ ଶ୍ରୀ ବିଶିଙ୍କ ପ୍ରଥମ ଥର ଖୋଲାଣ ଗସ୍ତ ନେଇ ବରିଷ୍ଠ ବିଜେଡ଼ି ନେତା ତଥା ଖୋଲାଣ ସରପଞ୍ଚ ନରେଶ ଅଗ୍ରୱାଲଙ୍କ ନେତୃତ୍ୱରେ ଶତାଧିକ ବାଇକ ଶୋଭାଯାତ୍ରା ସହ ଖୋଲାଣ ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପାଛୋଟି ଅଣାଯାଇଥିଲା l ସେଠାରେ ବାପୁଜୀ ଯୁବକ ସଂଘ ସଭାପତି ଆଇନଜୀବୀ ରୁପେଶ ରାଜୁ, ସମ୍ପାଦକ ବଟକୃଷ୍ଣ ଗୌଡ଼, ଉପସଭାପତି କ୍ଷମାନିଧି ଭୂୟାଁ, ଯୁଗ୍ମ ସମ୍ପାଦକ ସନ୍ୟାସୀ ନାଏକ, କୋଷାଧ୍ୟକ୍ଷ ମନୋଜ ଗୌଡ଼, ରୋହନ ଗୌଡ଼, ମନୋଜ ଗୌଡ଼, ପ୍ରଶାନ୍ତ ରାଉତ, ହିମାନ ଜେନା, ଵିଶାଲ ଜେନା, ବିକାଶ ଜେନା, ଦୁଆରୁ ରଣା, ରତ୍ନାକର ଘିଭେଲା, ତ୍ରିଲୋଚନ ନାଗ, ଜନ୍ମେଜୟ ରଣା, ଜିତୁ ପାଣିଗ୍ରାହୀ, ଗଦାଧର ଜେନା, ରାମ ଆଡଜୁଆଡ଼ ପ୍ରମୁଖଙ୍କ ଉପସ୍ଥିତିରେ ସାଂସଦ ଶ୍ରୀ ବିଶିଙ୍କୁ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ପରେ ସାଂସଦ ବିଶି ଆଦିବାସୀଙ୍କ ପାରମ୍ପରିକ ଡାକବାଦ୍ୟ, ଅସ୍ତ୍ରଶସ୍ତ୍ର ଶୋଭାଯାତ୍ରାରେ ନୂତନ ଆଦିବାସୀ କମ୍ୟୁନିଟି ହଲ କୁ ପହଞ୍ଚି  ଶୁଭ ଉଦଘାଟନ କରିଥିଲେ l କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲା ଆଦିବାସୀ କଲ୍ୟାଣ ସଂଘ ସମ୍ପାଦକ ହେମେନ୍ଦ୍ର ହାଁସଦା, ଜିଲା ସଂଗଠକ ଥବିର ପୁଝାରୀ, ବ୍ଲକ ସଂଘ ସଭାପତି ପଦ୍ମନ ପ୍ରଧାନୀ, ଦେବସିଂ ମାଝୀ ପ୍ରମୁଖ ବହୁ ସଂଖ୍ୟାରେ ଆଦିବାସୀ ସଂଘ କର୍ମକର୍ତ୍ତା ସାମିଲ  ହୋଇଥିଲେ l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS