BREAKING
Loading...
:

ଆମ ସଂକଳ୍ପ ନିଶା ନୁହେଁ ଜୀବନ" ସଚେତନତା ରଥର ଶୁଭାରମ୍ଭ

 "ଆମ ସଂକଳ୍ପ ନିଶା ନୁହେଁ ଜୀବନ" ସଚେତନତା ରଥର ଶୁଭାରମ୍ଭ


ନୟାଗଡ଼, (ମଣିଭଦ୍ରା ଖବର) ଅପମିଶ୍ରିତ ଓ ବିଷାକ୍ତ ମାଦକ ଦ୍ରବ୍ୟ ବିରୋଧରେ ଜନସଚେତନତା ସୃଷ୍ଟି କରିବା ପାଇଁ  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଏକ ସଚେତନତା ରଥ ଶୁଭାରମ୍ଭ କରାଯାଇଛି । 'ଆମ ସଂକଳ୍ପ ନିଶା ନୁହେଁ ଜୀବନ' ଅଭିଯାନକୁ ପ୍ରତ୍ୟେକ ଲୋକଙ୍କ ନିକଟରେ ପହଁଚାଇବା ପାଇଁ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଏହି ଅଭିଯାନର ଶୁଭାରମ୍ଭ କରାଯାଇଛି । ଏହି ରଥକୁ ଜିଲ୍ଲା ଅବକାରୀ ଅଧିକ୍ଷକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରଥ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ସ୍ଥାନ ପରିକ୍ରମା କରି ସଚେତନତା ସୃଷ୍ଟି କରିବ । ଏହି କାର୍ଯ୍ୟକ୍ରମର ଜିଲ୍ଲାସ୍ତରୀୟ ଅଧିକାରୀ,ଅବକାରୀ ବିଭାଗର କର୍ମଚାରୀ, ସାମ୍ବାଦିକମାନେ ଉପସ୍ଥିତ ଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS