BREAKING
Loading...
:

ଖଣ୍ଡପଡ଼ା ସହରର ପରିମଳ ବ୍ୟବସ୍ଥାରେ ସୁଧାର ଆସିବ କେବେ ?

 ଖଣ୍ଡପଡ଼ା ସହରର ପରିମଳ ବ୍ୟବସ୍ଥାରେ ସୁଧାର ଆସିବ କେବେ  ?   


ଖଣ୍ଡପଡ଼ା ୨୧/୬ ( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ସହରର ପରିମଳ ବ୍ୟବସ୍ଥା ବେଳକୁବେଳ ବିଗିଡିବାରେ ଲାଗିଛି।ସହରର ମୁଖ୍ଯ ରାସ୍ତା ପାର୍ଶ୍ବ ଠାରୁ ଆରମ୍ଭ କରି ଗଳିକନ୍ଦି ରାସ୍ତାରେ ଦିନ ଦିନ ଧରି ଅଳିଆ,ଆବର୍ଜନା ସବୁକିଛି ପଡି ରହୁଛି।ପରିମଳ ବ୍ୟବସ୍ଥାରେ ଘରୋଇକରଣ ସତ୍ତ୍ବେ ମଧ୍ଯ ସମସ୍ଯା ସୁଧୁରୁନଥିବା ଜଣାପଡିଛି। ସହରାଞ୍ଚଳର ଡ୍ରେନେଜ ବ୍ୟବସ୍ଥା  ସଂପୂର୍ଣ୍ଣ ରୁପେ ବିପର୍ଯ୍ୟସ୍ତ ହୋଇପଡିଛି। ଅଧିକାଂଶ ସ୍ଥାନରେ ରାସ୍ତା ପାର୍ଶ୍ବ ଡ୍ରେନ ମାଟିରେ ମିଶିଥିବା ବେଳେ ଗଳିକନ୍ଦି ରାସ୍ତାରେ ଆଦୌ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ସାମାନ୍ଯ ବର୍ଷା ହେଲେ ରାସ୍ତା ସାରା ପାଣି ମାଡି ଶିଉଳି ପଡିଥିବା ନଜରକୁ ଆସୁଛି।ଏବେ ବର୍ଷାଋତୁ ଚାଲିଥିବାରୁ ସବୁଠି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ଖଣ୍ଡପଡ଼ା ଏନଏସି କର୍ତ୍ତୃପକ୍ଷ ଏ ସଂପର୍କରେ ଅବଗତ ଥିଲେ ହେଁ ସେଭଳି କୌଣସି ପଦକ୍ଷେପ ଗ୍ରହଣ ନକରିବା ଦୁଃଖର ବିଷୟ ଅଟେ।ପ୍ରକାଶଥାଉକି ଖଣ୍ଡପଡ଼ା ସହରର ପାରିପାର୍ଶ୍ବିକ ଉନ୍ନତିକରଣ ନିମନ୍ତେ ରାଜ୍ଯ ସରକାରଙ୍କ ନଗର ଉନ୍ନୟନ ବିଭାଗ ଖଣ୍ଡପଡ଼ା ଏନଏସି କର୍ତ୍ତୃପକ୍ଷଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ ଅର୍ଥ ମଞ୍ଜୁର କରୁଥିଲେ ହେଁ ପରିମଳ ବ୍ୟବସ୍ଥା ଓ ଡ୍ରେନେଜ ସମସ୍ୟାରେ ସୁଧାର ଆସୁନଥିବାରୁ ସହରବାସୀଙ୍କ ମଧ୍ଯରେ ଅସନ୍ତୋଷ ପ୍ରକାଶ ପାଇଛି। ଏଥିପ୍ରତି  ଜିଲ୍ଲା ପ୍ରଶାସନ,ଏନଏସି ଅଧ୍ୟକ୍ଷା ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଦୃଷ୍ଟି ଦେବାକୁ  ଦାବି ହେଉଛି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 


Post a Comment

أحدث أقدم
Header ADS