ଖଣ୍ଡପଡ଼ା ବ୍ଲକର ୨୨ ପଞ୍ଚାୟତ ପରିକ୍ରମା କଲା ବିକାଶ ବାହନ
ଖଣ୍ଡପଡ଼ା ବ୍ଲକ ଅଧିନ ୨୧ ପଞ୍ଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରି ବିକାଶ ବାହନ ପରିଶେଷରେ ଶନିବାର ଖଳିସାହି ପଞ୍ଚାୟତ ପରିକ୍ରମା କରିବା ଅବସରରେ ପଞ୍ଚାୟତବାସୀଙ୍କୁ ବିକାଶର ବାର୍ତ୍ତ ପ୍ରଦାନ କରିଥିବା ଜଣାପଡିଛି। ଖଳିସାହିସ୍ଥିତ ବଡପଡିଆରେ ଏ ପରିପ୍ରେକ୍ଷୀରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ବିକାଶ ବାହନକୁ ଅଞ୍ଚଳବାସୀ ସ୍ବାଗତ କରିଥିଲେ।ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ମୁଖ୍ଯ ଅତିଥି ରୁପେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଖଳିସାହି ସରପଞ୍ଚ ଫକୀର ମୋହନ ଦାସ, ଅତିରିକ୍ତ ଜିଲ୍ଲାପାଳ ରୋଜାଲିନ ଦାସ ଖଣ୍ଡପଡ଼ା ବ୍ଲକ ଉନ୍ନୟନ ଅଧିକାରୀ ଅଙ୍କୁର ଅଭିଳାଷଙ୍କ ସମେତ ଖଳିସାହି ଅଞ୍ଚଳର ଗଣ୍ୟମାନ୍ୟ ବ୍ଯକ୍ତିମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ଏକ ଏଲଇଡି ସ୍କ୍ରିନ ଜରିଆରେ ପ୍ରଦର୍ଶିତ ରାଜ୍ୟ ସରକାରଙ୍କ ଏକ ବର୍ଷର ସଫଳତା ଓ ବିକାଶର ବାର୍ତ୍ତାକୁ ଖଳିସାହି ପଞ୍ଚାୟତର ଶହଶହ ଜନସାଧାରଣ ଉପଭୋଗ କରିଥିଲେ।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
إرسال تعليق