ସମସ୍ତଙ୍କ ପାଇଁ ଶିକ୍ଷା ସଂର୍ପକିତ ସଚେତନତା କାର୍ଯ୍ୟକ୍ରମ----------
ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ଆଞ୍ଚଳିକ ସାମ୍ବାଦିକ ସଂଘ କାର୍ଯ୍ଯାଳୟ ପରିସରରେ ସମସ୍ତଙ୍କ ପାଇଁ ଶିକ୍ଷା ସଂର୍ପକିତ ଏକ ସଚେତନତା କାର୍ଯ୍ଯକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି।ଭୁବନେଶ୍ବରସ୍ଥିତ କିଟ ବିଶ୍ୱବିଦ୍ୟାଳୟର ବରିଷ୍ଠ ପ୍ରଫେସର ସୁକୁମାର ଦାଶ ମୁଖ୍ଯ ଅତିଥି ରୁପେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ ଜଗଦୀଶ ପ୍ରସାଦ ମହାପାତ୍ର , ସମାଜସେବୀ ସନ୍ତୋଷ କୁମାର ତ୍ରିପାଠୀ ,ସାମ୍ବାଦିକ ଭବାନୀଶଙ୍କର ସିଂହସାମନ୍ତ ସଂଗଠକ ସୁପ୍ରିୟା ଦାଶ ପ୍ରମୁଖ ଯୋଗଦେଇଥିଲେ। ସାମ୍ପ୍ରତିକ ପରିସ୍ଥିତିରେ ଶିକ୍ଷା ସମସ୍ତଙ୍କ ପାଇଁ ଅପରିହାର୍ଯ୍ଯ ଅଟେ ବୋଲି ଅତିଥିମାନେ ମତ ଦେଇଥିଲେ। ସମସ୍ତଙ୍କ ପାଇଁ ଶିକ୍ଷାଦାନର ବ୍ୟବସ୍ଥା ଥିବା ବେଳେ ଏ ଦିଗରେ ଅଭିଭାବକ ମାନେ ଯତ୍ନବାନ ହେବା ଜରୁରୀ ଅଟେ ବୋଲି ପ୍ରଫେସର ଶ୍ରୀ ଦାଶ ମତ ଦେଇଥିଲେ। ସେହିପରି ଶିକ୍ଷାଗ୍ରହଣ ସହ ଛାତ୍ର ଛାତ୍ରୀ ମାନଙ୍କ ମଧ୍ଯରେ ଲୁଚି ରହିଥିବା ଅନ୍ତର୍ନିହିତ ଗୁଣର ବିକାଶ ହୋଇପାରିଲେ ପ୍ରତ୍ୟେକ ଛାତ୍ର ଛାତ୍ରୀ ସମାଜରେ ଜଣେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ହୋଇ ପାରିବେ ବୋଲି ଅତିଥିମାନେ ମତ ଦେବାସହ କିଟ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଜୀବନି ସଂପର୍କରେ ଆଲୋକପାତ କରିଥିଲେ।ଶେଷରେ ଛାତ୍ର ଛାତ୍ରୀମାନଙ୍କୁ ଶିକ୍ଷାଦାନ ସଂର୍ପକିତ ପୁସ୍ତକ ବଣ୍ଟନ କରାଯାଇଥିଲା।ବିଭିନ୍ନ ମହାବିଦ୍ୟାଳୟରୁ ୩୦ ଜଣ ଛାତ୍ରଛାତ୍ରୀ କାର୍ଯ୍ଯକ୍ରମରେ ଯୋଗ ଦେଇଥିଲେ।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
Post a Comment