କଲ୍ୟାଣମଣ୍ଡପ ପରିସରରେ ପଡି ରହି ନଷ୍ଟ ହେଉଛି ମୂଲ୍ଯବାନ ବ୍ୟାୟମ ଊପକରଣ ଓ ଯନ୍ତ୍ରପାତି
-ଖଣ୍ତପଡା ୮|୬ (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ସହରର ୧ ନଂ ୱାର୍ଡ ସ୍ଥିତ କଲ୍ୟାଣମଣ୍ଡପ ପରିସରରେ ଦିର୍ଘ ମାସ ଧରି ପଡିରହି ନଷ୍ଟ ହେଉଛି ମୂଲ୍ଯବାନ ବ୍ୟାୟମ ଉପକରଣ ଓ ପୁରୁଣା ଗାଡିର ଯନ୍ତ୍ରାଂଶ,ସେସପୋଲ ଗାଡି। ଖଣ୍ଡପଡ଼ା ଏନଏସି କର୍ତ୍ତୃପକ୍ଷଙ୍କ ଦ୍ବାରା ଏକଦା ବ୍ଯବହୃତ ହେଉଥିବା ଟ୍ରାକ୍ଟର ଓ ପାଇଖାନା ଟାଙ୍କୀ ସଫା କରୁଥିବା ସେସପୋଲ ଗାଡି ସମେତ ଅନ୍ଯାନ୍ଯ ସାମଗ୍ରୀଗୁଡିକ ସେଠାରେ ପଡିରହି ନଷ୍ଟ ହେବାରେ ଲାଗିଛି।ଏନଏସି କର୍ତ୍ତୃପକ୍ଷ ଠିକ ସମୟରେ ଅଦରକାରୀ ସାମଗ୍ରୀଗୁଡିକ ସାଧାରଣରେ ନିଲାମ କରିଥିଲେ କିଛି ପରିମାଣର ରାଜସ୍ବ ପାଇପାରିଥାନ୍ତେ।ମାତ୍ର ତାହା ହେଲାନାହିଁ। କିବା ଖରା ବର୍ଷା ଓ ଶୀତ କାକରରେ ଯନ୍ତ୍ରାଂଶ ଗୁଡିକ ପଡି ରହି ନଷ୍ଟ ହେବାସହ ଏହା କଲ୍ୟାଣମଣ୍ଡପ ପରିସରର କିଛି ଅଂଶ ମାଡି ବସିଛି।ସେହିପରି ସହରର ବିଭିନ୍ନ ସ୍ଥାନରେ ସ୍ଥାପନ କରାଯିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ଯୟରେ ଏନଏସି କର୍ତ୍ତୃପକ୍ଷ କ୍ରୟ କରିଥିବା ମୂଲ୍ଯବାନ ବ୍ୟାୟମ ଉପକରଣ ଗୁଡିକ ମଧ୍ଯ କାର୍ଯ୍ଯରେ ନଲାଗି କଲ୍ୟାଣମଣ୍ଡପ ପରିସରରେ ପଡିରହି ନଷ୍ଟ ହେବାରେ ଲାଗିଛି। ସରକାରକା ମାଲ ଦରିଆ ମେଁ ଡାଲ ନ୍ୟାୟରେ ମୂଲ୍ଯବାନ ସାମଗ୍ରୀ ଗୁଡ଼ିକ ଖୋଲାମେଲାରେ ପଡି ରହି ନଷ୍ଟ ହେଉଥିଲେ ହେଁ ସେଥିପ୍ରତି ଏନଏସି କର୍ତ୍ତୃପକ୍ଷଙ୍କ ନିଘା ନଥିବା ପରି ମନେ ହେଉଛି। ଖଣ୍ଡପଡ଼ା ଏନଏସି କାର୍ଯ୍ଯନିର୍ବାହୀ ଅଧିକାରୀ , ଅଧ୍ୟକ୍ଷା ଏଥିପ୍ରତି ଦୃଷ୍ଟି ଦେବାକୁ ସହରବାସୀ ଦାବି କରିଛନ୍ତି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
Post a Comment