ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା
ରାୟଗଡ/ଗୁଣୁପୁର (ମଣିଭଦ୍ରା ଖବର) ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ,ଜିଲ୍ଲା ପରିଷଦ ରାୟଗଡ ଅକ୍ଷୟ କୁମାର ଖେମୁଣ୍ଡୁ ଗୁଣପୁର ପଞ୍ଚାୟତ ସମିତିର ବିଭିନ୍ନ ଅଞ୍ଚଳ ଗସ୍ତ କରି ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ପ୍ରଥମେ ଡ଼ମ୍ବସରା ଏବଂ ଚଲକମ୍ବ। ପଞ୍ଚାୟତ ଗସ୍ତ କରି ବିକଶିତ ଗାଁ ଏବଂ ବିକଶିତ ଓଡ଼ିଶା (BGBO) ର ପ୍ରକଳ୍ପ ପରିଦର୍ଶନ କରିଥିଲେ ଏବଂ ତତ୍ ପରେ ପୁଟ।ସିଂ ଗ୍ରାମ ପଞ୍ଚାୟତ ଠାରେ ଅପରହ୍ନ ଘ: ୦୩.୦୦ମି ସମୟରେ ଗ୍ରାମ୍ୟ ସ୍ତରୀୟ ସ୍ୱଚ୍ଛତା ଶିବିର ବୈଠକରେ ଯୋଗ ଦେଇଥିଲେ । ଉକ୍ତ ଶିବିର ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ୱସ୍ତିକ ଜମାଦାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ରାୟଗଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଧାର୍ଯ୍ୟ କରାଯାଇଥିବା ସମୟ ସୀମା ଅର୍ଥାତ ତା.୩୦.୦୯.୨୦୨୫ ରିଖ ମଧ୍ୟରେ ସମସ୍ତ ଅସମ୍ପୂର୍ଣ ଏବଂ ନୂତନ ଭାବେ ଚିହ୍ନଟ ହୋଇଥିବା ପ୍ରଧାନ ମନ୍ତ୍ରୀ ଜନ ମନ ଯୋଜନା ହିତାଧିକାରୀମାନେ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ କରିବାକୁ ବୈଠକରେ ଆଲୋଚନା କ୍ରମେ ହିତାଧିକାରୀଙ୍କୁ ପରାମର୍ଶ ଦିଆଯାଇଥିଲା । ଧାର୍ଯ୍ୟ ସମୟ (୪ ମାସ) ମଧ୍ୟରେ ସମସ୍ତ ଗୃହ କାର୍ଯ୍ୟ ସମ୍ପୂର୍ଣ ହେଲେ ହିତାଧିକାରୀମାନଙ୍କୁ ଟ.୨୦୦୦୦ /- ଙ୍କା ସରକାରଙ୍କ ତରଫ ରୁ ପ୍ରତ୍ସାହନା (incentive) ରାଶି ପ୍ରଦାନ କରାଯାଉଥିବା ଆଲୋକପାତ କରାଯାଇଥିଲା । ଗୃହ କାର୍ଯ୍ୟ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ସମ୍ପୂର୍ଣ କରିବାକୁ ଉପସ୍ଥିତ ସମସ୍ତ ହିତାଧିକାରୀ ଏକ ସ୍ବର ରେ ସହମତି ପ୍ରକାଶ କରିଥିଲେ । ଏହା ବ୍ୟତୀତ ଗାଁ ପରିବେଶ କୁ କେମିତି ସଫା ସୂତରା ରଖିବା, ପାଇଖାନା ର ସଠିକ୍ ବ୍ୟବହାର କରିବା ଏବଂ ବାହ୍ୟ ମଳ ମୁକ୍ତ ତ୍ୟାଗ ଉପରେ ମଧ୍ୟ ଲୋକଙ୍କୁ ସଚେତନ କରେଇଥିଲେ. ଉକ୍ତ ଶିବିର ରେ ୭୦୦ରୁ ଉର୍ଦ୍ଧ୍ବ ଲାଞ୍ଜିଆ ସୌର। ଜନ ଜାତି (PVTG) ଅଂଶ ଗ୍ରହଣ କରିଥିଲେ।
ଏହି ଶିବିରରେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଅର୍ଥ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ସେବା ଲକ୍ଷ୍ମୀ ନାରାୟଣ ଦୋରା, ଜିଲ୍ଲା ପରିଷଦ ରାୟଗଡା, ପଞ୍ଚାୟତ ନିର୍ବାହୀ ଅଧିକାରୀ , ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ , ସରପଞ୍ଚ ଏସୀୟ ଶବର, ଏବଂ ସମିତି ସଭ୍ୟ , ପୁଟ। ସିଂ ଗ୍ରାମ ପଞ୍ଚାୟତର ସମସ୍ତ ସଭ୍ୟସଭ୍ୟା ଏବଂ ଲାଞ୍ଜିଆ ସୌରା ଜନ ଜାତି (PVTG)ଉପସ୍ଥିତ ଥିଲେ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment