BREAKING
Loading...
:

ସାତକମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଘୋଷଣାକୁ ପୁରାତନ ଛାତ୍ର ସଂଘର ସ୍ଵାଗତ

 ସାତକମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଘୋଷଣାକୁ ପୁରାତନ ଛାତ୍ର ସଂଘର ସ୍ଵାଗତ



ସମ୍ବଲପୁର (ମଣିଭଦ୍ରା ଖବର) କୁଚିଣ୍ଡା ବ୍ଲକରେ ତିନୋଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଚଳିତ ଶିକ୍ଷା ବର୍ଷରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ରୂପାନ୍ତରିତ ହେଉଥିବା ଜଣାଯାଇଛି ।ବକ୍ସମା , ତୁରେଇ ନିକ୍ତିମାଲ ସହିତ ନିକଟରେ ହୀରକ ଜୟନ୍ତୀ ପାଳନ କରି ଉଦାହରଣ ସୃଷ୍ଟି କରିଥିବା ସାତକମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ମଧ୍ୟ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଘୋଷଣା ହୋଇଥିବା ଜାଣି ସାତକମା ଗ୍ରାମରେ ଆନନ୍ଦର ଲହରୀ ଖେଳିଯାଇଛି । ଆଜି ଅପରାହ୍ନରେ ସ୍କୁଲ ପରିସରରେ ପୁରାତନ ଛାତ୍ରଛାତ୍ରୀମାନେ ମିଳିତ ହୋଇ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆସନ୍ତା ୧୨ ତାରିଖ ଦିନ ସମଗ୍ର ରାଜ୍ୟର ପାଞ୍ଚଶହ ସ୍କୁଲର ଶିଳାନ୍ୟାସ ମୁଖ୍ୟମନ୍ତ୍ରୀଙ୍କ ହାତରେ ହେବ । ଉକ୍ତ ଦିନ ସ୍କୁଲ ପରିସରରେ ଆଭାସି  ଜରିଆରେ ଏହା ପାଳନ କରାଯିବ ବୋଲି ଜଣାଯାଡିଛି ।ଏହି ଆଲୋଚନା ସଭାରେ ପୁରାତନ ଛାତ୍ର ସଂଘ ସଭାପତି ଶିକ୍ଷାବିତ୍ ସୁବାସ ଚନ୍ଦ୍ର ନାୟକ , ସ୍କୁଲ କମିଟି ସଭାପତି ମନୋଜ ଭଞ୍ଜ , ସିଆର୍‌ସିସି ସଞ୍ଜୟ ନାଗ, ପ୍ରଧାନ ଶିକ୍ଷୟିତ୍ରୀ ସୁରଭି ନାୟକ,  ଗଜେନ୍ଦ୍ର ସାଥୁଆ, କୃଷ୍ଣଚନ୍ଦ୍ର ପୁଝାରୀ , ରାମକୃଷ୍ଣ ପଟେଲ, ଜଗଦୀଶ ନାୟକଙ୍କ ସମେତ ଶତାଧିକ ପୁରାତନ ଛାତ୍ରଛାତ୍ରୀ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।ପ୍ରକାଶ ଥାଉ କି ହୀରକ ଜୟନ୍ତୀ ଉତ୍ସବରେ ହୀରକ ଜୟନ୍ତୀ କମିଟି ଏହି ଦାବି ଉପସ୍ଥାପନ କରିଥିବା ବେଳେ ମନ୍ତ୍ରୀ ଏହା ହେବ ବୋଲି ଘୋଷଣା କରିଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS