ଗୋରୁ ମାଲିକଙ୍କୁ ଏନ୍ ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ପକ୍ଷରୁ ତାଗିତ କରାଯାଉ।
ଖଣ୍ଡପଡ଼ା ୨୯/୬( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର):ଖଣ୍ଡପଡ଼ା ସହରର ଦେଇ ଯାଇଥିବା ନୟାଗଡ଼, କଣ୍ଟିଲୋ ଦଶପଲ୍ଲା , ଖଳି ସାହି ମୂଖ୍ୟ ରାସ୍ତା ର ପାଶ୍ୱର୍ରେ ବହୁତ ଦୋକାନ ବଜାର ରହିଛି।ସବୁଠି ଗୋରୁଙ୍କ ପ୍ରାଦୃଭାବ ଦେଖିବାକୁ ମିଳୁଛି। ଗୋରୁ ଷଣ୍ଢ ପଲ୍ ରାସ୍ତା ଅବରୋଧ କରି ଶୋଇ ରହୁଥିବା ଓ ଅବାଧ ବିତରଣ କରୁଥିବାରୁ ଦୈନିକ ଦୃଘଟଣା ର ସମୁଖୀନ ହେଉଛନ୍ତି ଜନସାଧାରଣ। ଏଥିନେଇ ଏନ୍ ଏ ସି କାର୍ଯ୍ୟାଳୟ ରେ ଖଣ୍ଡପଡ଼ା ସହରାଞ୍ଚଳ ବାସୀଙ୍କ ପକ୍ଷରୁଅଭିଯୋଗ କରିଥିଲେ ମଧ୍ୟ ଏଥିପ୍ରତି ଏନ୍ ଏ ସି କର୍ତ୍ତୃପକ୍ଷଙ୍କ କୋୖଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଏନ୍ ଏ ସି କର୍ତ୍ତୃପକ୍ଷ ଙ୍କ ତରଫ ରୁ ଗାଈଗୋରୁ ପାଳନ କରୁଥିବା ସମସ୍ତ ମାଲିକ ମାନଙ୍କୁ କର୍ତ୍ତୃପକ୍ଷ ତରଫରୁ ତାଗିତ କରାଯାଇ ସେମାନଙ୍କୁ ଉପଯୁକ୍ତ ଫାଇନ୍ଆଦାୟ କରାଗଲେ ଓ କାଞ୍ଜି ଆ ହତାରେ ନେଇ ରଖାଗଲେ ଏପରି ପରିସ୍ଥିତି ଉପୁଜିଥିବା ର ସମାଧାନ କରାଯାଇପାରିବ ବୋଲି ଖଣ୍ଡପଡ଼ା ଅଞ୍ଚଳ ର ଜନସାଧାରଣଙ୍କ ଦାବି ହେଉଛି।ବୁଲାଗାଇ ଓ ଷଣ୍ଢ ,ବୁଲା କୁକୁରଙ୍କ ପାଦୃଭାବ କମିଯିବା ସହିତ ରାସ୍ତା ଅବରୋଧ ହଟାଇବାରେ ସକ୍ଷମ ହୋଇପାରିବେ।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
إرسال تعليق