BREAKING
Loading...
:

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନରେ ଛତ୍ରପୁର ରେ ରକ୍ତଦାନ ଶିବିର । ୪୩୨ ୟୁନିଟ ରକ୍ତ ସଂଗ୍ରହ

 କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନରେ ଛତ୍ରପୁର ରେ  ରକ୍ତଦାନ ଶିବିର । ୪୩୨  ୟୁନିଟ ରକ୍ତ ସଂଗ୍ରହ ।


ଛତ୍ରପୁର (ରାହୁଲ ମହାନ୍ତି );କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଅବସରରେ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରି  ଜନ୍ମଦିନ ପାଳିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ।  ବ୍ରହ୍ମପୁର ବଡ଼ ମେଡିକାଲ ବ୍ଲଡ଼ ବ୍ୟାଙ୍କ ରେ ରକ୍ତ ର ଘୋର ଅଭାବ ଯୋଗୁଁ ଯେଉଁ ଭଳି ଭାବେ ରୋଗୀ ମାନେ ନାହିଁ ନଥିବାର ଅସୁବିଧା ଭୋଗୁଛନ୍ତି ପ୍ରତ୍ୟେକ ଦିନ ରକ୍ତର ଆବଶ୍ୟକ ତା ରହିଛି ସେଥି ଦୃଷ୍ଟିରୁ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଙ୍କ ନେତୃତ୍ୱରେ ଗୁରୁବାର  ଛତ୍ରପୁର ରିଡିଙ୍ଗ ରୁମ ପରିସରରେ ଆୟୋଜିତ ଏହି ମେଗା ରକ୍ତଦାନ ଶିବିରରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୪୩୨  ଜଣ ରକ୍ତଦାତା ରକ୍ତଦାନ କରିଥିଲେ। ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଏବଂ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ସରୋଜ କୁମାର ସାବତ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ବୃକ୍ଷରୋପଣ ସହ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ବ୍ରହ୍ମପୁର ଏମ କେ ସି ଜି ମେଡିକାଲ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ରହିଥିବା ବେଳେ ଏହି ରକ୍ତଦାନ ଶିବିର କିଛି ମାତ୍ରାରେ ରକ୍ତର ଅଭାବ ଦୂର କରିବ ବୋଲି କହିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ। ଏହା ସହ ସମସ୍ତ ସ୍ବେଛାସେବୀ ମାନେ ଉପସ୍ଥିତ ରହି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୀର୍ଘାୟୁ କାମନା କରିଥିଲେ l ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ,ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପ୍ରଧାନ, ଛତ୍ରପୁର ବିଧାୟକ ପ୍ରତିନିଧି ବାନୋଜ କୁମାର ନାହାକ ରଘୁନାଥ ସାହୁ, ଲକ୍ଷ୍ମୀ ପଣ୍ଡା, ପଦ୍ମ ଚରଣ ସାହୁ, ପ୍ରଦୀପ ପାଢ଼ୀ,  ଏନ.ଦୁର୍ଯ୍ୟୋଧନ ରେଡି, ସଞ୍ଜିତ ରାଉଳ,  ସାଂସଦ ପ୍ରତିନିଧି ସନ୍ତୋଷ ରେଡି, ରୁହୀନl ପଟ୍ଟନାୟକ, ରଶ୍ମିରଣୀ ମହାପାତ୍ରଙ୍କ ସମେତ ଛତ୍ରପୁର ଓ ଗଂଜାମ ର ବହୁ ସରପଂଞ୍ଚ ଓ ସମିତିସଭ୍ୟ  ଙ୍କ ସମେତ ଦଳୀୟ କର୍ମୀ ଉପସ୍ଥିତ ଥିଲେ l

ମଣିଭଦ୍ରା ଖବର, ଛତ୍ରପୁର 

Post a Comment

أحدث أقدم
Header ADS