BREAKING
Loading...
:

ଇତିହାସ ରଚିଲା ଆରସିବି,ପଞ୍ଜାବକୁ ହରାଇ ଆଇପିଏଲ ଚାମ୍ପିଅନ

 ଇତିହାସ ରଚିଲା ଆରସିବି,ପଞ୍ଜାବକୁ ହରାଇ ଆଇପିଏଲ ଚାମ୍ପିଅନ 

ଅହମ୍ମଦାବାଦ (ବ୍ୟୁରୋ ) ଇତିହାସ ରଚିଲା ଆରସିବି । ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଇଥିଲା ଆଇପିଏଲ୍ ୨୦୨୫ର ଫାଇନାଲ୍ ମୁକାବିଲାରେ ପଞ୍ଜାବକୁ ହରାଇ ଚାମ୍ପିଅନ ବନିଲା ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର । ଆଜିର ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁ ୯ ଓ୍ଵିକେଟ୍ ହରାଇ ୧୯୦ ରନରେ ସୀମିତ ରହିଥିଲା। ଶେଷ ଓଭରରେ ଅର୍ଶଦୀପ ସିଂ ୩ ଓ୍ଵିକେଟ୍ ନେଇ ବେଙ୍ଗାଲୁରୁକୁ ୨୦୦ ରନ କରିବାକୁ ଦେଇ ନଥିଲେ ।  

ଦଳ ପକ୍ଷରୁ ବିରାଟ କୋହଲି ସର୍ବାଧିକ ୪୩ ରନ ସଂଗ୍ରହ କରିଥିଲେ । ଅନ୍ୟ ବ୍ୟାଟର ଉପଯୋଗୀ ବ୍ୟାଟିଂ କରିବାରୁ ବେଙ୍ଗାଲୁରୁ ୧୯୦ ରନ କରି ପାରିଥିଲା । ପ୍ରଥମ ଟାଇଟଲ୍ ଜିତିବା ପାଇଁ ପଞ୍ଜାବ ସମ୍ମୁଖରେ ୧୯୧ ରନର ବିଜୟ ଲକ୍ଷ୍ୟ ରହିଥିଲା । ଅର୍ଶଦୀପଙ୍କ ବ୍ୟତୀତ କାଇଲ ଜେମିସନ ୩ ଓ୍ଵିକେଟ୍ ନେଇଥିଲେ। ଜବାବରେ ଆରସିବି ବୋଲରଙ୍କ ଦମଦାର ବୋଲି°କୁ ସାମ୍ନା କରିପାରି ନଥିଲେ ପଞ୍ଜାବୀ ଖେଳାଳି । ଫଳରେ ୨୦ ଓଭରରେ ୭ ଉଇକେଟ ହରାଇ ୧୮୪ରନ୍ ସଂଗ୍ରହ କରି ଫାଇନାଲରୁ ବିଦାୟ ନେଇଛି କିଙ୍ଗସ୍ ଇଲେଭେନ ପଞ୍ଜାବ । ବାଙ୍ଗାଲୋର ପ୍ରଥମ ଥର ପାଈଁ ଆଇପିଏଲରେ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି । ବାଙ୍ଗାଲୋର ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ବିଜୟ ଉତ୍ସବ ପାଳନ କରାଯାଇଥିବା ଜଣାପଡ଼ିଛି । ୧୮ ବର୍ଷ ପରେ ଆରସିବି ଆଇପିଏଲରେ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି । ପଡ଼ିଆ ଭିତରେ ବିରାଟଙ୍କ ଆଖିରୁ ଝରିଲା ଖୁସିର ଲୁହ । 

ମଣିଭଦ୍ରା ଖବର

Post a Comment

أحدث أقدم
Header ADS