ଜନ ଆରୋଗ୍ଯ ସମିତି ବୈଠକ ଅନୁଷ୍ଠିତ
ଖଣ୍ଡପଡ଼ା (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ବ୍ଲକ ଅଧିନ କୁମ୍ଭାରପଡା ଓ ରୟତ ଢୋଲମରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଜନ ଆରୋଗ୍ଯ ସମିତି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।ବରିଷ୍ଠ ଜିଲ୍ଲା ପରିଷଦ ସଦସ୍ଯ ତଥା ଜନ ଆରୋଗ୍ଯ ସମିତିର ଅଧ୍ୟକ୍ଷ ରାମେଶ୍ବର ଶତପଥିଙ୍କ ପୌରୋହିତ୍ୟରେ ଆୟୋଜିତ ବୈଠକରେ ବରିଷ୍ଠ ଡାକ୍ତର ଅଭିଷାର ପଣ୍ତା ଓ ଉଭୟ ପଞ୍ଚାୟତର ଲୋକ ପ୍ରତିନିଧି , ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ବୈଠକର ପ୍ରାରମ୍ଭରେ ଫାର୍ମାଶିଷ୍ଟ ସୂର୍ଯ୍ୟପ୍ରଭା ସାହୁ ପୂର୍ବ ବୈଠକର ବିବରଣୀ ପାଠ କରିବା ପରେ ଏହାକୁ ସର୍ବସମ୍ମତି ପ୍ରସ୍ତାବକ୍ରମେ ଦୃଢିକରଣ କରାଯାଇଥିଲା।ଚଳିତ ବର୍ଷର ଆର୍ଥିକ ବଜେଟ ସଂର୍ପକରେ ଆଲୋଚନା କରାଯାଇଥିଲା।ସେହିପରି ସ୍ବାସ୍ଥ୍ୟକେନ୍ଦ୍ର ୨ ଟି ରେ ଦେଖାଦେଇଥିବା ବିଭିନ୍ନ ସମସ୍ୟା ଗୁଡ଼ିକ ସଂପର୍କରେ ଆଲୋଚନା କରାଯାଇ ସେଗୁଡିକୁ ପୁରଣ କରିବା ଦିଗରେ ନିଷ୍ପତ୍ତି ନିଆଯାଇଥିଲା।ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବଚ୍ଛ ପାନୀୟଜଳର ବ୍ଯବସ୍ଥା , ବିଦ୍ୟୁତ ସମସ୍ୟାର ସମାଧାନ,ରୋଗୀମାନଙ୍କ ନିମନ୍ତେ ଆନୁସଙ୍ଗିକ ଉପକରଣ କ୍ରୟ ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।ବୈଠକରେ ପୂର୍ବତନ ସରପଞ୍ଚ ଅଖିଳ କୁମାର ପଣ୍ଡାଙ୍କ ସମେତ ମାନ୍ଯଗଣ୍ଯ ବ୍ଯକ୍ତିମାନେ ଊପସ୍ଥିତ ଥିଲେ।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
إرسال تعليق