ରବି ଫସଲ ନିମନ୍ତେ ଚାଷୀଙ୍କୁ ବିହନ ଯୋଗାଣ ନେଇ ସର୍ଭେ ଆରମ୍ଭ
ଖଣ୍ତପଡା ( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ଚଳିତବର୍ଷ ରବି ଫସଲ ନିମନ୍ତେ ଖଣ୍ଡପଡ଼ା ବ୍ଲକ ଅଞ୍ଚଳର ଚାଷୀମାନଙ୍କୁ ଉନ୍ନତମାନର ବିହନ ଯୋଗାଣ ନେଇ ପ୍ରଶାସନ ପକ୍ଷରୁ ସର୍ଭେ କାର୍ଯ୍ଯ ଆରମ୍ଭ ହୋଇଛି। ନୟାଗଡ ଜିଲ୍ଲା ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଆରମ୍ଭ ହୋଇଥିବା ସର୍ଭେ କାର୍ଯ୍ଯରେ ନିୟୋଜିତ କର୍ମଚାରୀମାନେ ଖଣ୍ଡପଡ଼ା ସହର ସମେତ ଖଣ୍ଡପଡ଼ା ବ୍ଲକର ୨୨ ଗୋଟି ପଞ୍ଚାୟତ ଅଧିନ ବିଭିନ୍ନ ଗ୍ରାମକୁ ଗ୍ରାମ ବୁଲି ଚାଷୀମାନଙ୍କ ସଂର୍ପକରେ ରିପୋର୍ଟ ସଂଗ୍ରହ କରୁଥିବା ଜଣାପଡିଛି। ଚାଷୀ ମାନଙ୍କ ସଂର୍ପକିତ ରିପୋର୍ଟ ସଂଗ୍ରହ ପରେ ଖଣ୍ଡପଡ଼ା ବ୍ଲକ ଅଞ୍ଚଳର ଚାଷୀମାନଙ୍କୁ ସରକାରଙ୍କ ପକ୍ଷରୁ ରବି ଫସଲ ନିମନ୍ତେ ବିହନ ଯୋଗାଇ ଦିଆଯିବ ବୋଲି ପ୍ରଶାସନ ସୁତ୍ରରୁ ଜଣାପଡିଛି। ଖଣ୍ଡପଡ଼ା ବ୍ଲକ ସ୍ତରୀୟ ସର୍ଭେ କାର୍ଯ୍ୟକ୍ରମରେ ରଜନୀକାନ୍ତ ରାଉତ , ବିକ୍ରମ ପରିଡା,କବିତା ସାହୁ ଓ ଅନ୍ଯ କର୍ମଚାରୀମାନେ ସାମିଲ ହୋଇଥିଲେ।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
إرسال تعليق