BREAKING
Loading...
:

ଅବକାରୀ ବିଭାଗର ଚଢ଼ାଉ

  ଅବକାରୀ ବିଭାଗର ଚଢ଼ାଉ 



ଚିଲିକା (ମଣିଭଦ୍ରା ଖବର) 


ଖୋର୍ଦ୍ଧା ଅବକାରୀ ଅଧିକ୍ଷକ ଶ୍ରୀମତୀ ସୁମତି ତ୍ରିପାଠୀ ଙ୍କ ନିର୍ଦେଶ କ୍ରମେ  ଟାଙ୍ଗୀ ରେଞ୍ଜ ଅବକାରୀ ନିରୀକ୍ଷକ ଶ୍ରୀଯୁକ୍ତ ରାଧାକାନ୍ତ ଭୋଇ ଙ୍କ  ତତ୍ୱାବଧାନ ରେ ବାଲୁଗାଁ ଅବକାରୀ ଓ ଆଇ ସି  ଙ୍କ ନେତୃତ୍ୱରେ ନାଚୁଣୀ  ଓ ବାଣପୁର ଥାନା ଅଂଚଳରେ ଚଢ଼ାଉ କରି ୫୪ ଲିଟର ମହୁଲି ଦେଶୀ ମଦ ଜବତ କରା ଯାଇଛି। ନାଚୁଣୀ ଥାନା ଅଂଚଳରେ  କନ୍ଧଆମ୍ବଝର ଗ୍ରାମର ସୁକାନ୍ତ ମଲ୍ଲ ବୟସ ୫୨ ବର୍ଷ ଏବଂ ବାଣପୁର ଥାନା ଅଂଚଳର ଦଣ୍ଡି ଗାଡ଼ିଆ ଗ୍ରାମର କୈଳାସ ଦଳେଇ ବୟସ ୪୯ ବର୍ଷ ଓ କୁରୁଞ୍ଜ ପୁର ଗ୍ରାମର ଗଣେଶ ପ୍ରଧାନ ବୟସ ୭୦ ବର୍ଷ  ଏମାନଙ୍କୁ କାବୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଗଲା। ଏମାନଙ୍କ ନାମରେ PR NO 66/2025,67/25,68/25 ରେ ତିନୋଟି ମାମଲା ରୁଜ୍ଜୁକରାଯାଇ ସେମାଙ୍କୁ କୋର୍ଟ ଚାଲାଣ କରାଗଲା। ଏହି ଚଢ଼ାଉ ରେ OIC ସୁଜିତ କୁମାର ମୁଦୁଲି, ASI ଶ୍ରୀ ମୀନକେତନ ମହାଲିକ, ASI ଶ୍ରୀ ରାମ ଚନ୍ଦ୍ର ଜେନା, ମନୋଜ କୁମାର ଜୟସିଂ, ଶ୍ରୀ ରଂଜିତ ପଟେଲ, ସୁନିତା ମହାରଣା, ସସ୍ମିତା ସେଠି, ନିରଞ୍ଜନ ପରିଡା, କାଳୁ ପ୍ରଧାନ ପ୍ରମୁଖ ଯୋଗ ଦେଇ ଏହି କାର୍ଯ୍ୟକୁ ସମ୍ପାଦିତ କରିଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS