BREAKING
Loading...
:

ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷାଙ୍କ ଯୋଗଦାନ

 ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷାଙ୍କ ଯୋଗଦାନ


ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ପଠାଣି ସାମନ୍ତ ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷା ଭାବେ ସ୍ଵଚ୍ଛସଲିଳା ମହାପାତ୍ର ଦାୟିତ୍ଵ ଗ୍ରହଣ କରିଛନ୍ତି। ଆଜି ପୂର୍ବାହ୍ନରେ ମହାବିଦ୍ୟାଳୟରେ ଶ୍ରୀମତୀ ମହାପାତ୍ର କାର୍ଯ୍ୟଭାର ସମ୍ଭାଳିଥିବା ନେଇ ସୂଚନା ମିଳିଛି। ଏ ଅବସରରେ ଭରପ୍ରାପ୍ତ ଅଧ୍ୟକ୍ଷ ବଳରାମ ସାହୁ ଶ୍ରୀମତୀ ମହାପାତ୍ରଙ୍କୁ ଆନୁଷ୍ଠାନିକ ଭାବେ କାର୍ଯ୍ୟଭାର ପ୍ରଦାନ କରିଥିବା ସୂଚନା ମିଳିଛି। ଶ୍ରୀମତୀ ମହାପାତ୍ର ଏଥିପୂର୍ବରୁ ଭୁବନେଶ୍ଵର ଏକାମ୍ର କଲେଜରେ ଶିକ୍ଷା ବିଭାଗରେ ଅଧ୍ୟାପିକା ଭାବେ କାର୍ଯ୍ୟରତ ଥିଲେ। ଅନ୍ୟପକ୍ଷରେ ମହାବିଦ୍ୟାଳୟର ଇଂରାଜୀ ବିଭାଗ ଅଧ୍ୟାପକ ତଥା ପ୍ରଶାସନିକ ଅଧିକାରୀ ଭାଗିରଥୀ ମହାରଣା, ଅଧ୍ୟାପକ ପ୍ରିୟରଞ୍ଜନ ରଥ, ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ରାଜକିଶୋର ପ୍ରଧାନ, ସଂସ୍କୃତ ବିଭାଗ ମୁଖ୍ୟ ରବୀନ୍ଦ୍ର କୁମାର ତ୍ରିପାଠୀ, ଅଧ୍ୟାପକ ସର୍ବେଶ୍ଵର ମହାରଣା, ଇତିଶ୍ରୀ ବେହେରା, ବଂଶୀଧର ହରିଚନ୍ଦନ ପ୍ରମୁଖ ବହୁ କର୍ମଚାରୀ ଉପସ୍ଥିତ ରହିବା ସହିତ ନୂତନ ଅଧ୍ୟକ୍ଷାଙ୍କୁ ସ୍ଵାଗତ କରିଥିଲେ।

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

أحدث أقدم
Header ADS