BREAKING
Loading...
:

ଆର,ଉଦୟଗିରି ମହାଆଡମ୍ବରରେ ଶୀତଳଷଷ୍ଠୀ ଯାତ୍ରା ଅନୁଷ୍ଠିତ

 ଆର,ଉଦୟଗିରି ମହାଆଡମ୍ବରରେ ଶୀତଳଷଷ୍ଠୀ ଯାତ୍ରା ଅନୁଷ୍ଠିତ ।   



ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ଆର,ଉଦୟଗିରି ସ୍ଥିତ ଶ୍ରୀ ଉଦୟନାଥ ମହାପ୍ରଭୁ ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବ ଶିନିବାର ଅନୁଷ୍ଠିତ ହୋଇଛି । ଶୁକ୍ରବାର ବିବାହ ନିମନ୍ତେ ଗୁଆ ଅନୁକୂଳ ହୋଇଥିଲା । ଶନିବାର ଉଭୟ ଠାକୁର ନିଜ ନିଜ ମନ୍ଦିରରୁ ପିତା ଓ ବରଯାତ୍ରୀଙ୍କ ସହ ଆସିବା ପରେ ମନ୍ଦିର ଛକ ଠାରେ କନ୍ୟା ପିତାଙ୍କ ଦ୍ବାରା ଉଭୟ ଠାକୁରଙ୍କ ବାଟ ବରଣ ହୋଇଥିଲା । ଉଭୟ ଠାକୁର ନିଜ ନିଜ ମନ୍ଦିରକୁ ପ୍ରତ୍ୟାବତ୍ତନ କରିବା ପରେ ଶାସ୍ତ୍ର ରୀତିନୀତି ଅନୁଯାୟୀ ଉଭୟ ମନ୍ଦିର ପ୍ରାଙ୍ଗଣରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉଦୟନାଥ ମନ୍ଦିର ପୂଜକଙ୍କ ଉପସ୍ଥିତିରେ ବାବା ଉଦୟନାଥ ଠାକୁରଙ୍କ ବିବାହ ନିମନ୍ତେ ଅମୁଲ୍ୟ ଦତ୍ତ ବରପିତା ହୋଇଥିବା ବେଳେ କନ୍ୟାପିତା ସତ୍ୟବାଦ ବେହେରା କନ୍ୟାଦାନ କରିଥିଲେ । ବରିଷ୍ଠ ପୁରୋହିତ ଗୌରଚନ୍ଦ୍ର ମିଶ୍ର, ନିତେଇ ଚନ୍ଦ୍ର ମିଶ୍ର, ଦିଲିପି ମିଶ୍ର ଓ ରଞ୍ଜନ ମିଶ୍ର ରୀତିନୀତ ଅନୁସାରେ ବିବାହ କାର୍ଯ୍ୟ ସମ୍ପାଦକ । ରବିବାର ସାନ୍ଧ୍ୟରେ ଗ୍ରାମ ପରିଭ୍ରମଣ ର କାର୍ଯ୍ୟକ୍ରମ ରହିଛି ତଥା ପ୍ରସାଦ ସେବନ ର ବ୍ୟବସ୍ଥା ହୋଇଥିଲା ଏଥିରେ ସମସ୍ତ ଗ୍ରାମବାସୀ ଙ୍କ ସହଯୋଗ ରେ ଏ ମଙ୍ଗଳ କାର୍ଯ୍ୟ ସମାପନ ହୋଇଛି।

ମଣିଭଦ୍ରା ଖବର, ଗଜପତି 

Post a Comment

أحدث أقدم
Header ADS