BREAKING
Loading...
:

ଖଣ୍ଡପଡ଼ା ବ୍ଲକ ଦୁଇଟି ପିଏମଶ୍ରୀ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଏ-୧ ଗ୍ରେଡ ରୁ ବଞ୍ଚିତ ।

 ଖଣ୍ଡପଡ଼ା ବ୍ଲକ ଦୁଇଟି ପିଏମଶ୍ରୀ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଏ-୧ ଗ୍ରେଡ ରୁ ବଞ୍ଚିତ ।



ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଶିକ୍ଷାନୁଷ୍ଠାନର ଭିତ୍ତି ଭୂମିର ବିକାଶ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରମୁଖ ଶିକ୍ଷ୍ୟା ଅନୁଷ୍ଠାନଗୁଡ଼ିକୁ କୋଟି କୋଟି ଟଙ୍କାର ଅନୁଦାନ ଅର୍ଥ ଯୋଗାଉଛନ୍ତି । ଅନୁଦାନ ଅର୍ଥ ୫ ଟି ଯୋଜନା ରେ ବିନିଯୋଗ ପରେ ବର୍ତ୍ତମାନ ପିଏମଶ୍ରୀ ଯୋଜନା ରେ ଖଣ୍ଡପଡ଼ା ବ୍ଲକ ର ୨ ଟି ଉଚ୍ଚ ବିଦ୍ୟାଳୟକୁ ଅନ୍ତର୍ଭୁକ୍ତ କରାଯାଇଛି। ଖଣ୍ଡପଡ଼ା ସହର ସ୍ଥିତ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ଓ ବେଣାଗାଡିଆ ଗ୍ରାମ ସ୍ଥିତ ସାତ ଗାଁ ବିଦ୍ୟାଧର ଉଚ୍ଚ ବିଦ୍ୟାଳୟ କୁ ନେଇ ପିଏମଶ୍ରୀ ଯୋଜନା ରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଦୁଇ ବିଦ୍ୟାଳୟ ପିଏମଶ୍ରୀ ର ମାନ୍ୟତା ମିଳିଥିଲେ ମଧ୍ୟ ୨ ଟି ବିଦ୍ୟାଳୟ ର ଗୁଣାତ୍ମକ ଶିକ୍ଷା ପ୍ରଦାନ ରେ କତ୍ତୃପକ୍ଷ କ୍ରମାଗତ ୪ ବର୍ଷ ଧରି ପ୍ରକାଶିତ ମାଟ୍ରିକ ପରୀକ୍ଷାରେ ଫଳାଫଳ ଅନୁଯାୟୀ ଉକ୍ତ ବିଦ୍ୟାଳୟର କୋୖଣସି ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ଶ୍ରେଷ୍ଠ ବିବେଚିତ ଗ୍ରେଡ ୧ ରେ ସ୍ଥାନ ଶୂନ୍ୟ ପାଉଛି। ଏଥିପ୍ରତି ବୁଦ୍ଧିଜୀବିମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏକଦା ଖଣ୍ଡପଡ଼ା ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାଟ୍ରିକ ପରୀକ୍ଷାରେ ଶ୍ରେଷ୍ଠ ପ୍ରଦର୍ଶନ କରି ଖଣ୍ଡପଡ଼ା ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପାଇଁ ସୁନାମ ଅର୍ଜନ କରିଛନ୍ତି। ଆଜକୁ ୪ ବର୍ଷ ମଧ୍ୟରେ ଏଥିରେ ବ୍ୟତିକ୍ରମ ଦେଖାଯାଉଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ମହଲରେ ଦୁଃଖ ପ୍ରକାଶ ପାଇଛି।ଏ ସମ୍ପର୍କରେ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଲିପସା ନନ୍ଦ ଙ୍କୁ ପଚାରିବା ରେ ବିଦ୍ୟାଳୟ ରେ ବର୍ଷ ତମାମ ସଚେତନତା କାର୍ଯ୍ୟକ୍ରମ ଓ ସଭାସମିତି, ତାଲିମ୍ ଶିବିର ବାରମ୍ବାର ଅନୁଷ୍ଠିତ ହେଉଥିବା, ଶିକ୍ଷା ପ୍ରଦାନ ରେ ଅନିୟମିତତା ଓ ଶ୍ରେଣୀ ଗୃହର ଅଭାବରୁ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ପ୍ରଦାନ ରେ ତୃଟି ଦେଖାଯାଉଥିବା ରୁ ଏହି ପରି ମତ ରଖିଛନ୍ତି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS