BREAKING
Loading...
:

ଓକିଲଙ୍କ ଜୀବନ ଉପରେ ହତ୍ୟା ଷଡ଼ଯନ୍ତ୍ର; ଅଭିଯୁକ୍ତ ଗିରଫ

 *ଓକିଲଙ୍କ ଜୀବନ ଉପରେ ହତ୍ୟା ଷଡ଼ଯନ୍ତ୍ର; ଅଭିଯୁକ୍ତ ଗିରଫ*



ବ୍ରହ୍ମପୁର (ମଣିଭଦ୍ରା ଖବର) ସ୍ଥାନୀୟ ସିଭିଲ କୋର୍ଟର ଜଣେ  ଓକିଲ ଅମିତ କୁମାର ସାହୁ (୪୦) ନିଜ ଜୀବନ ପ୍ରତି ବିପଦ ଆଶଙ୍କା କରି ପୋଲିସରେ ଅଭିଯୋଗ ଦାୟର କରିଛନ୍ତି। ଅଭିଯୋଗ ଅନୁଯାୟୀ, ସନ୍ତୋଷ କୁମାର ପାତ୍ର ନାମକ ଜଣେ ବ୍ୟକ୍ତି ତାଙ୍କୁ ହତ୍ୟା କରିବା ପାଇଁ ସିକାକୁଲମରୁ ଗୁଣ୍ଡା ନିୟୋଜନ କରିଛନ୍ତି। ଏହି ଘଟଣା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।ଅମିତ ସାହୁ ଶ୍ରୀମତୀ ଶିଲ୍ଲା ଇଶ୍ୱରୀଙ୍କ ପକ୍ଷରୁ ସିଭିଲ ଜଜ୍ ସିନିୟର ଡିଭିଜନ କୋର୍ଟରେ ଏକ ମାମଲା (କେସ ନମ୍ବର: C S 65/24) ଲଢ଼ୁଛନ୍ତି, ଯାହା ଏକ ବିବାଦୀୟ ସମ୍ପତ୍ତି ସହ ଜଡ଼ିତ। ଏହି ସମ୍ପତ୍ତି ସମ୍ପର୍କିତ ଏକ ଚୁକ୍ତିନାମା ଶିଲ୍ଲା ଇଶ୍ୱରୀ ଓ ତାଙ୍କ ମୃତ ସ୍ୱାମୀ ଶୀଲା ଶିବ ନାରାୟଣଙ୍କ ମଧ୍ୟରେ ପାଞ୍ଚ ବର୍ଷ ପୂର୍ବେ ହୋଇଥିଲା। ସନ୍ତୋଷ ପାତ୍ର କୋର୍ଟର ଅନୁମତି ବିନା ଏହି ସମ୍ପତ୍ତି ଜୋର୍‌ଜବରଦସ୍ତ ଦଖଲ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି।ଅମିତଙ୍କ ଅଭିଯୋଗ ଅନୁସାରେ, ସନ୍ତୋଷଙ୍କ ଏହି ଯୋଜନା ବିଫଳ ହେବାରୁ ସେ ଈର୍ଷାପରାୟଣ ହୋଇ ଅମିତଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଛନ୍ତି। ସନ୍ତୋଷ ଏହି ଯୋଜନା ଅମିତଙ୍କ ଚିହ୍ନା ବ୍ୟକ୍ତି କେଶବ ରାଓଙ୍କୁ ଜଣାଇଥିଲେ, ଯିଏ କୋର୍ଟରେ ଅମିତଙ୍କୁ ଏ ବିଷୟରେ ସୂଚନା ଦେଇଥିଲେ। ଏହି ସମୟରେ ଅନ୍ୟ ଜଣେ ଓକିଲ ସୋମନାଥ ମହାରଣା ମଧ୍ୟ ଉପସ୍ଥିତ ଥିଲେ।ପୋଲିସ ଅମିତଙ୍କ ଅଭିଯୋଗକୁ ଗୁରୁତର ଭାବେ ନେଇ ସନ୍ତୋଷ ପାତ୍ରଙ୍କୁ ଗିରଫ କରିଛି ଏବଂ ତଦନ୍ତ ଜାରି ରଖିଛି। ଅମିତ ସାହୁ କହିଛନ୍ତି, “ମୋ ଜୀବନ ଏବେ ବିପଦରେ ଅଛି। ମୁଁ ନ୍ୟାୟ ପାଇଁ ପୋଲିସ ଓ କୋର୍ଟ ଉପରେ ଭରସା ରଖିଛି।” ଏହି ଘଟଣା ସ୍ଥାନୀୟ ଓକିଲ ମହଲରେ ଆଲୋଡ଼ନ ସୃଷ୍ଟି କରିଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS