BREAKING
Loading...
:

ଭତ୍ତା ଟଙ୍କା ପାଇଁ ହନ୍ତସନ୍ତ ହେଉଛନ୍ତି ବୃଦ୍ଧ ଵୃଦ୍ଧା

 ଭତ୍ତା ଟଙ୍କା ପାଇଁ ହନ୍ତସନ୍ତ ହେଉଛନ୍ତି ବୃଦ୍ଧ ଵୃଦ୍ଧା 


ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ଅଞ୍ଚଳ ର ଭିନ୍ନକ୍ଷମ ଓ ୬୦ ବର୍ଷ ରୁ ଉର୍ଦ୍ଧ ବୟସ୍କ ବ୍ୟକ୍ତି ଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିମାସରେ  ଅର୍ଥରାଶି ଭତା ପ୍ରଦାନ କରିଛନ୍ତି। ଖଣ୍ଡପଡ଼ା ସହରାଞ୍ଚଳ ରେ ବିଭିନ୍ନ  ୱାଡରେ ଭିନ୍ନ କ୍ଷମ ଓ ବୟସ୍କ ହିତାଧିକାରୀ ମାନେ ଅଛନ୍ତି ଯେଉଁମାନେ ପ୍ରତିମାସରେ ଏନ୍ ଏ ସି କାର୍ଯ୍ୟାଳୟ ନତୁବା ଜାତୀୟ କରଣ ବ୍ୟାଙ୍କ ଶାଖା କୁ ଯାଇ ଭତା ଟଙ୍କା ଉଠାଇବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏପରି କି ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ନେଇ ସାଙ୍ଗରେ ଯାଇଥିବା ସମ୍ପର୍କୀୟଙ୍କୁଲମ୍ବା ଲାଇନ୍ ହୋଇ ରହୁଥିବା ବେଳେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏହି ଧରଣର ଭିନ୍ନ କ୍ଷମ ବ୍ୟକ୍ତ ଓ ବୟସ୍କ ହିତାଧିକାରୀ ମାନଙ୍କୁ ଚିହ୍ନଟ କରି ସେମାନଙ୍କ ଘରେ ନେଇ ଏନ୍ ଏ ସି କାର୍ଯ୍ୟାଳୟ ପକ୍ଷରୁ ପ୍ରତିମାସରେ ଟଙ୍କା ଦେବାକୁ ଜନସାଧାରଣଙ୍କ ଦାବି କରିଛନ୍ତି ଏହାଦ୍ବାରା ଶତାଧିକ ଭିନ୍ନ କ୍ଷମ ଓ ବୟସ୍କ ହିତାଧିକାରୀ ଉପକୃତ ହେବେ।ଆଉ ଗହଳି ସମସ୍ୟା ଦେଖାଦେବ ନାହିଁ ବୋଲି ବୟସ୍କ ହିତାଧିକାରୀ ମାନେ ଖଣ୍ଡପଡ଼ା ଏନ୍ ଏ ସି କାର୍ଯ୍ୟାଳୟର ଦାୟିତ୍ବରେ ଥିବା ଖଣ୍ଡପଡ଼ା ବ୍ଲକ ଉନ୍ନୟନ ଅଧିକାରୀ ଅଙ୍କୁର ଅଭିଳାଷଙ୍କ ପାଖରେ ଅଭିଯୋଗ କରିଛନ୍ତି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS