ପାଲା ମାଧ୍ୟମରେ ବଜ୍ରପାତ ସୁରକ୍ଷା ସଚେତନତା ଅଭିଯାନ
ଗଣିଆ( ମଣିଭଦ୍ରା ଖବର) ଗଣିଆ ପଞ୍ଚାୟତ ସମ୍ମୁଖରେ ପାଲା ମାଧ୍ୟମରେ ବଜ୍ରପାତ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ମିଳିତ ଉଦ୍ୟମ ତଥା ସତ୍ୟନାରାୟଣ ପାଲା, ଆଡକଟାର ସହଯୋଗରେ ଏହି କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବଜ୍ରପାତ ସମୟରେ କିଭଳି ସଚେତନ ହେବା ଏବଂ ତୁରନ୍ତ ଚିକିତ୍ସା କେନ୍ଦ୍ରର ଆଶ୍ରୟ ନେବା ସେ ସମ୍ପର୍କରେ ଜନସାଧାରଣଙ୍କୁ ପାଲା ମାଧ୍ୟମରେ ସଚେତନ କରିଥିଲେ । ଗଣିଆ ହାଟ ଥିବାରୁ ଅନେକ ଜନସାଧାରଣ ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଆଡକଟା ସତ୍ୟନାରାୟଣ ପାଲା ଦଳର ବିଜୟ କୁମାର ବେହେରା, ଶେଷଦେବ ରଣା, ଯଦୁନାଥ ସାହୁ ଏବଂ ଅଇଁଠା ଜେନା ପ୍ରମୁଖ ପାଲା ପରିବେଷଣ କରିଥିଲେ । ଗଣିଆ ସରପଞ୍ଚ ଗିରିଧାରୀ ସେଠୀଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ମଣିଭଦ୍ରା ଖବର, ଗଣିଆ
إرسال تعليق