BREAKING
Loading...
:

ଖଣ୍ଡପଡ଼ା ଅବକାରୀ ବିଭାଗ ପକ୍ଷରୁ ଚଢାଉ ୩୮ ଲିଟର ଦେଶୀ ମଦ ଜବତ,୨ ଗିରଫ ଓ ୨ ବାଇକ୍ ଜବତ

 ଖଣ୍ଡପଡ଼ା ଅବକାରୀ ବିଭାଗ ପକ୍ଷରୁ ଚଢାଉ ୩୮ ଲିଟର ଦେଶୀ ମଦ ଜବତ,୨ ଗିରଫ ଓ ୨ ବାଇକ୍ ଜବତ


ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଅବକାରୀ ବିଭାଗ ପକ୍ଷରୁ ଫତେଗଡ ଥାନା ଅଧୀନ ଗୋବର୍ଦ୍ଧନ ପ୍ରସାଦ ଗ୍ରାମ ରେ ସୋମବାର ଦିନ ଅଚାନକ ଚଢ଼ାଉ କରାଯାଇ କବି ମଲ୍ଲିକ (୪୮) ଙ୍କ ଠାରୁ ୨୪ ଲିଟର ଓ ଉପେନ୍ଦ୍ର ସାହୁ ଠାରୁ ୧୪ ଲିଟର ଦେଶୀ ମଦ ଜବତ କରାଯାଇଥିବା  ଅବକାରୀ ଥାନା ଅଧୀକାରୀ ଦୀପକ କୁମାର ଜେନାଙ୍କ ଠାରୁ ପ୍ରକାଶ।ନିଶା ବେପାରୀ କବି ଓ ଉପେନ୍ଦ୍ର ଦୁଇଟି ବାଇକ୍ ଯୋଗେ ଦେଶୀ ମଦ ଚୋରା ରେ ଚାଲାଣ କରୁଥିବା ବେଳେ ଅବକାରୀ ବିଭାଗ କର୍ମଚାରୀ ମାନଙ୍କ ଦ୍ଵାରା ଧରାପଡିଥିଲେ। ଏ ସମ୍ପର୍କରେ ମାମଲା ରୁଜୁ କରାଯାଇ ଉଭୟ ଙ୍କୁ ଅଦାଲତ ଚାଲାଣ କରାଯାଇଥିବା ଜଣାପଡ଼ିଛି। ଚଢ଼ାଉ ଅଭିଯାନରେ ଏସ ଆଉ ପ୍ରତ୍ୟୁଷ  ରଞ୍ଜନ ଦେହୁରୀ, ଲକ୍ଷ୍ମୀ ଧର ବେହେରା, ଶୁଭଶ୍ରୀ ପଣିଗ୍ରାହୀ ପ୍ରମୁଖ ସାମିଲ ହୋଇଥିଲେ।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS