BREAKING
Loading...
:

ବ୍ଳକ ଟପ୍ପରଙ୍କୁ ସମ୍ବର୍ଦ୍ଧିତ କଲେ ବିଧାୟକ ରମେଶ ଚନ୍ଦ୍ର ବେହେରା

 ବ୍ଳକ ଟପ୍ପରଙ୍କୁ ସମ୍ବର୍ଦ୍ଧିତ କଲେ ବିଧାୟକ ରମେଶ ଚନ୍ଦ୍ର ବେହେରା 

ଗଣିଆ (ମଣିଭଦ୍ରା ଖବର) ମାଟ୍ରିକ ପରୀକ୍ଷାରେ ୫୬୦ ନମ୍ବର ରଖି ସଫଳତା ଲାଭ କରିଥିବା ତଥା ଗଣିଆ ବ୍ଳକ ଟପ୍ପର ହୋଇଥିବା କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠର ଛାତ୍ର ସନ୍ଦୀପ କୁମାର ସାହୁଙ୍କୁ ଆଜି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା  ଭେଟି ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଛନ୍ତି । 

ଉଚ୍ଚଶିକ୍ଷାରେ ଆହୁରି ଉନ୍ନତି କରିବା ସହିତ ନିଜ ଅଞ୍ଚଳର ଟେକ ରଖିବାକୁ ପରାମର୍ଶ ଦେବା ସହିତ ତାଙ୍କ ପିତାମାତାଙ୍କୁ ମଧ୍ୟ ଧନ୍ୟବାଦ ଅର୍ପଣ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା, ବିଜୁ ଜନତା ଦଳର ବ୍ଳକ ସଭାପତି ସଦାଶିବ ମିଶ୍ର, ପୂର୍ବତନ ସଭାପତି ମହେଶ୍ୱର ମହାରଣା, କିଶୋର ପ୍ରସାଦ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । 

ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS