BREAKING
Loading...
:

ସରକାରୀ ଜାଗା ଚିହ୍ନଟ ରେ ବିଳମ୍ବ, ଆଗେଇ ପାରୁନାହିଁ ରାସ୍ତା ନିର୍ମାଣ କାର୍ଯ୍ୟ

 ସରକାରୀ ଜାଗା ଚିହ୍ନଟ ରେ ବିଳମ୍ବ, ଆଗେଇ ପାରୁନାହିଁ ରାସ୍ତା ନିର୍ମାଣ କାର୍ଯ୍ୟ



ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ପୁର୍ତବିଭାଗ ପକ୍ଷରୁ ଫତେଗଡ, ଭାପୁର ବ୍ଲକ ଦେଇ ଖଣ୍ଡପଡ଼ା ତ୍ରିନାଥ ଛକ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ବର୍ଷ ପରେ କାର୍ଯ୍ୟ ଆରମ୍ଭ ହୋଇଛି।ଫତେଗଡ ଠାରୁ ଭାପୁରରାସ୍ତା ପାର୍ଶ୍ବରେ ଥିବା ବଡ଼ ବଡ଼ ଆମ୍ବ ଗଛ ବହୁଳ ଭାବରେ କାଟି ରାସ୍ତାକୁ ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ କରାଯାଉଥିଲା ବେଳେ ରାସ୍ତା ପାର୍ଶ୍ବରେ ଥିବା ବିଭିନ୍ନ ଜାଗାରେ ଜବରଦଖଲ କରି ରହି ଥିବା ଜାଗା ନ ଛାଡ଼ି ବାରୁ ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ବିଳମ୍ବ ହେଉଥିବା ଜଣାପଡିଛି। ଖଣ୍ଡପଡ଼ା ସହରର ତ୍ରିନାଥ ଛକ ଠାରୁ କୁସୁମୀ ସେତୁ   ଜବରଦଖଲ କରି ରହି ଥିବା ଜାଗା ଉଛେଦ ସରକାରୀ ଜାଗା ଚିହ୍ନଟ କରିବାରେ  ଅହେତୁକ ବିଳମ୍ବ ହେଉଥିବାରୁ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ହୋଇପାରୁନାହିଁପ୍ରାସାସନ ସୁତ୍ରରୁ ଜଣାପଡିଛି।ପୁର୍ତ ବିଭାଗ ରାସ୍ତା ପାର୍ଶ୍ବରେ ଥିବା ସରକାରୀ ଜାଗା ଚିହ୍ନଟ ମାପକରିବାକୁ ତହସିଲ କାର୍ଯ୍ୟାଳୟରେ ଅଭିଯୋଗ ଦାଖଲ କରିଥିଲେ ମଧ୍ୟ ତହସିଲ କାର୍ଯ୍ୟାଳୟ ର ମନମୁଖୀ କାର୍ଯ୍ୟ ଯୋଗୁଁ ମାପ ଚୁପ୍ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନାହିଁ ଫଳରେ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ବିଳମ୍ବ ହେଉଥିବାର ପୁର୍ତ ବିଭାଗ କାର୍ଯ୍ୟ ନିର୍ବାହ ଯାନ୍ତ୍ରୀ ରାଧାସ୍ବାମୀ କାଲୋ ଙ୍କ ସହ ଯୋଗାଯୋଗ କରିବାରେ ସେ ସମସ୍ୟା ଉପରେ ମତରଖିଥିଲେ ତହସିଲ କାର୍ଯ୍ୟାଳୟ ରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ସେ ଜାଗା ମାପିବା ପାଇଁ ବିଳମ୍ବ ହେଉଥିବାରୁ ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ବିଳମ୍ବ ହେଉଛି। ନୟାଗଡ଼ ଜିଲ୍ଲା ପାଳ ଓ ଉଚ୍ଚ କତୃପକ୍ଷ ଙ୍କ ଦୃଷ୍ଟି ଦେବାକୁ ଦାବି ହେଉଛି ।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS