BREAKING
Loading...
:

ବାଙ୍କୀ କେନ୍ଦ୍ରସମବାୟ ବ୍ୟାଙ୍କ ସଂପାଦକଙ୍କ କାର୍ଯ୍ୟାଳୟରେ ତାଲା

 ବାଙ୍କୀ କେନ୍ଦ୍ରସମବାୟ ବ୍ୟାଙ୍କ ସଂପାଦକଙ୍କ କାର୍ଯ୍ୟାଳୟରେ ତାଲା


ବାଙ୍କୀ୨୬ା୫(ମାନସ ରଞ୍ଜନ ସାହୁ): ବାଙ୍କୀ କେନ୍ଦ୍ରସମବାୟ ବ୍ୟାଙ୍କ ସଭାପତି ସୁବାସ ଚନ୍ଦ୍ର ପାଢ଼ୀ ଓ ପରିଚାଳନା କମିଟି ସଭ୍ୟମାନେ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟର ତାଲା ପକାଇ ଦେଇଛନ୍ତି । ଫଳରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ସଂପାଦକ କରୁଣାକର ସାହୁ କାର୍ଯ୍ୟାଳୟକୁ ଆଜି ଆସି ଦେଖିଲେ ଯେ ତାଙ୍କ କାର୍ଯ୍ୟାଳୟର କବାଟ ତାଲା ପଡିଛି ଫଳରେ ସେ ଦୀର୍ଘ ସମୟ ବାହାରେ ଠିଆ ହୋଇ ରହିଥିଲେ  । ଘଟଣାରୁ ଜଣାଯାଏ ଯେ ପରିଚାଳନା ପରିଷଦ ସଭାପତି ଓ ସଭ୍ୟମାନଙ୍କ ଅଭିଯୋଗ ଅନୁଯାୟୀ ସଂପାଦକ ପରିଚାଳନା କମିଟିର କୌଣସି କାର୍ଯ୍ୟ କରୁ ନାହାଁନ୍ତି କିମ୍ବା ସଭାର ନକଲ ସଭ୍ୟମାନଙ୍କୁ ପ୍ରଦାନ କରୁ ନାହାଁନ୍ତି । ଫଳରେ ସେମାନେ ତାଲା ପକାଇଛନ୍ତି । ପରିଚାଳନା କମିଟିର ନିଷ୍ପତ୍ତି ର ନକଲ  ସଭ୍ୟମାନଙ୍କୁ ନଦିଆଯିବା ଫଳରେ ନିଷ୍ପତ୍ତିଗୁଡିକ କାର୍ଯ୍ୟକାରୀ ହୋଇପାରୁ ନାହିଁ ବୋଲି ସଭାପତି ଅଭିଯୋଗ କରିଛନ୍ତି । ଫଳରେ ସେମାନେ କାର୍ଯ୍ୟାଳୟରେ ଆଜି ତାଲାପକାଇ ଦେଇଥିବା ଜଣାପଡିଛି । ଏ ସଂପର୍କରେ ବ୍ୟାଙ୍କ ସଂପାଦକ ଶ୍ରୀ ସାହୁଙ୍କୁ ପଚାରିବାରେ ବିଭିନ୍ନ ବେଆଇନ୍ କାର୍ଯ୍ୟ କରିବା ପାଇଁ ପରିଚାଳନା କମିଟି ସଭାପତି ସୁବାସ ପାଢ଼ୀ ଓ ସଭ୍ୟମାନେ ଚାପ ପକାଉଛନ୍ତି ଏଥିରେ ଏକମତ ନହେବାରୁ ସଭ୍ୟମାନେ ଅନ୍ୟକୋଣସି ବାଟ ନପାଇ ବ୍ୟାଙ୍କ ମୁଖ୍ୟକାର୍ଯ୍ୟାାଳୟରେ ଆଜି ତାଲା ପକାଇ ଦେଇଛନ୍ତି । ଏ ସଂପର୍କରେ ଶ୍ରୀ ସାହୁ  ବିଭାଗୀୟ ଉଚ୍ଚକର୍ତ୍ତୁପକ୍ଷଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଫଳରେ ଆଜି ବ୍ୟାଙ୍କର ସମସ୍ତ କାର୍ଯ୍ୟ ବ୍ୟାଘାତ ଘଟିଛି । ଏଥିପାଇଁ ଜନସାଧାରଣ ଓ ଜମାକାରୀମାନଙ୍କର ବ୍ୟାଙ୍କ ପ୍ରତି ଆସ୍ଥା ତୁଟିବା ଦେଖାଦେଇଛି ।   ଗତ କିଛି ଦିନ ତଳେ 25ଲକ୍ଷ ଟଙ୍କା ସଭାପତି ଶ୍ରୀ ପାଢ଼ୀ ହେରଫେର କରିଥିବା ସମ୍ପାଦକ ଶ୍ରୀ ସାହୁ ଅଭିଯୋଗ କରିଛନ୍ତି.ବାଙ୍କୀ କେନ୍ଦବ୍ୟାଙ୍କ ଅଧୀନରେ ଥିବା ସୋସାଇଟି 36କୋଟି ଟଙ୍କା ହେର ଫେର ହୋଇଥିବା ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ. ଏହାର ଭିଜିଲାନ୍ସ ତଦନ୍ତ କରାଗଲେ ସତ୍ୟତା ଲୋକ ଲୋଚନ କୁ ଆସିପାରିବବୋଲି ବୁଦ୍ଧିଜୀବୀ ମାନେ ଅନୁରୋଧ କରିଛନ୍ତି ।

ମଣିଭଦ୍ରା ଖବର, ବାଙ୍କୀ 

Post a Comment

أحدث أقدم
Header ADS