BREAKING
Loading...
:

ଦାଦନ ଖଟିବାକୁ ଯାଇଥିବା ମହିଳାଙ୍କ ତାମିଲନାଡୁରେ ମୃତ୍ୟୁ

 ଦାଦନ ଖଟିବାକୁ ଯାଇଥିବା ମହିଳାଙ୍କ ତାମିଲନାଡୁରେ ମୃତ୍ୟୁ 



ଗଜପତି(ମନୋଜ ପାଢୀ/ ୨୭/୫/ ଗଜପତି ଜିଲ୍ଲାରୁ ନିଜର ଭିଟାମାଟି ଛାଡି ତାମିଲନାଡୁକୁ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇଥିବା ଜଣେ ମହିଳା ଶ୍ରମିକଙ୍କ ସେଠାରେ ମୃତ୍ୟୁ ହୋଇଛି । ସେ  ହେଲେ ପ୍ରିତିଲତା ମହାପାତ୍ରା ତାଙ୍କ ଘର ଆର,ଉଦୟଗିରି ବ୍ଳକ ଅନ୍ତର୍ଗତ ରଣାଲଇ ଗ୍ରାମରେ । ସେ ଗତ କିଛି ମାସ ହେଲା ତାମିଲନାଡୁର ତ୍ରିପୁରାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ରବିବାର କୌଣସି କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ମହିଳାଙ୍କ ପରିବାର ଅତି ଗରିବ ଶ୍ରେଣୀର । ତାଙ୍କ ମରଶରୀର ତାଙ୍କ ନିଜ ଗ୍ରାମ ରଣାଲଇକୁ କରିବା ପାଇଁ ପ୍ରଶାସନ ସହାୟତା କରିବା ଲାଗି ପରିବାର ଓ ଗ୍ରାମବାସୀ ନିବେଦନ କରିଛନ୍ତି । 

ସୁଚନା ଯୋଗ୍ୟୁ, ପ୍ରତିଲତା ନିଜ ପରିବାରର ଆର୍ଥିକ ସ୍ଥିତି ସୁଧାରିବା ପାଇଁ ବାପା, ମାଆ ଓ ନିଜ ଭଭଣୀ ସହ ସପରିବାର ଦାଦନ ଖଟିବା ପାଇଁ ତାମିଲନାଡୁର ତ୍ରିପୁରୁ ଯାଇ ଏକ ରେଡିମୋଡ୍ଡି ବସ୍ତ୍ର କମ୍ପାନୀରେ କାମକରି ନିଜ ଗୁଜୁରଣ ମେଣ୍ଟାଉ ଥିଲେ । ଗତ କିଛି ଦିନ ତଳେ ସେ ନିଜ ଗ୍ରାମକୁ ଆସିଥିଲେ । ୨୦ ଦିନ ତଳେ ତ୍ରିପୁରୁରୁ ମାଆ ଗ୍ରାମକୁ ଆସିବା ପରେ ତାଙ୍କ ଦେହ ହଠାତ ଖରାପ ହୋଇଥିଲା ସେଠାରେ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ବିଳମ୍ବିତ ରାତିରେ ପ୍ରୀତିଲତାଙ୍କ ମୃତ୍ୟୁ ଘଟିଛି । ତେବେ ପରିସରର ଆର୍ଥିକ ସ୍ଥିତି ଅତି ଖରାପ ହେତୁ ତାଙ୍କ ମୃତଦେହ ନିଜ ଗ୍ରାମ ରଣାଲଇକୁ ଫେରାଇ ଆଣିବା ପାଇଁ ପରିବାର ଲୋକେ ସକ୍ଷମ ନୃହନ୍ତି । ଏହି ଖବର ପାଇ ଗ୍ରାମବାସୀ ଏବଂ ସହଯୋଗ ପ୍ରଶାସନକୁ ଯୋଗାଯୋଗ କରିଥିଲେ । ଏନେଇ ଜିଲ୍ଲାପାଳ ବିଜୟ କୁମାର ଦାସ ଶ୍ରମ ବିଭାଗ ନିକଟରେ କୌଣସି ସୁଚନା ନ ଥିବା କହିଛନ୍ତି । ମଙ୍ଗଳବାର ଜିଲ୍ଲା ଶ୍ରମ ଅଧିକାରୀ ପ୍ରୀତିଲତାଙ୍କ ପରିବାର ଲୋକଙ୍କ ସହ କଥାବାତ୍ତା ହୋଇ ତାଙ୍କ ମୃତଦେହ ଗ୍ରାମକୁ ଆଣିବା ଏବଂ ଶେଷକୃତ୍ୟ ପାଇଁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ କହିିଛନ୍ତି । ଅନ୍ୟପକ୍ଷରେ ତାଙ୍କ ପରିବାରର ଆର୍ଥିକ ସ୍ଥିତିକୁ ଦେଖି ନିଜ ଗାଁ ଓ ପାଖାଆଖ ଅଞ୍ଚଳର ଦାଦନ ଶ୍ରମିକମାନେ ଏକାଠି ହୋଇଛନ୍ତି । ସେମାନେ ପ୍ରୀତିଲତାଙ୍କ ପରିବାର ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇ ମୃତଦେହ ଗ୍ରାମକୁ ପଠାଇବା ବ୍ୟବସ୍ଥା କରୁଥିବା ଖବର ମିଳୁଛି ।

ମଣିଭଦ୍ରା ଖବର, ଗଜପତି 

Post a Comment

أحدث أقدم
Header ADS