BREAKING
Loading...
:

ଧୁଆଁମଡା ରାମେଶ୍ବର ମନ୍ଦିରରେ ଶିବ ବିବାହ ପାଇଁ ପ୍ରସ୍ତୁତି ବୈଠକ

ଧୁଆଁମଡା ରାମେଶ୍ବର ମନ୍ଦିରରେ ଶିବ ବିବାହ ପାଇଁ ପ୍ରସ୍ତୁତି ବୈଠକ 

 ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକ ଆଡକଟା ପଞ୍ଚାୟତ ଧୁଆଁମଡାରେ ଥିବା ରାମେଶ୍ବର ମହାଦେବଙ୍କ ପୀଠରେ ଶିବ ବିବାହ ପାଳନ ଅବସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରପକ୍ଷ ଭାବେ  ଗ୍ରାମର  ଅବସରପ୍ରାପ୍ତ ଶିକ୍ଷକ  ବେଣୁଧର ସାହୂ ଓ କନ୍ୟାପକ୍ଷ ଭାବେ  ଗ୍ରାମର  ବିନୋଦ ବିହାରି ମହାରଣା ମନୋନୀତ ହୋଇଛନ୍ତି । ଆସନ୍ତା ଶନିବାର ୩୧ ତାରିଖରେ ଏହି ଉତ୍ସବ ଧୁମଧାମରେ ପାଳନ କରାଯାଉଥିବାରୁ ଗ୍ରାମରେ ରହୁଥିବା ବନ୍ଧୁ ତଥା ବାହାରେ ବାସ୍ କରୁଥିବା ବନ୍ଧୁ ମାନଙ୍କୁ ଏହି ଉତ୍ସବରେ ବହୁସଂଖ୍ୟାରେ ଯୋଗ ଦେବାକୁ କମିଟି ତରଫରୁ ନିବେଦନ କରାଯାଇଛି । ସମସ୍ତ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମକୁ ସୂଚାରୁରୂପେ ସମ୍ପାଦନା କରିବା ସହିତ ସହଯୋଗ କରିବାକୁ ପୂର୍ବତନ ସମିତି ସଭ୍ୟ ଚନ୍ଦ୍ରଶେଖର ସାହୁ ଅନୁରୋଧ କରିଛନ୍ତି । 

ମଣିଭଦ୍ରା ଖବର, ଗଣିଆ 

Post a Comment

أحدث أقدم
Header ADS