ମ୍ୟାଟ୍ରିକ ପରୀକ୍ଷାରେ ସଫଳତା ଲାଭ କରିଥିବା ଛାତ୍ରଙ୍କୁ ସମ୍ୱର୍ଦ୍ଧିତ କଲେ ଲୋକପ୍ରତିନିଧି
ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ବ୍ଲକରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡରେ କୃତିତ୍ଵ ଅର୍ଜନ କରିଥିବା ଦୁଇ ମେଧାବୀ ଛାତ୍ରଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ଖଣ୍ଡପଡ଼ା ବ୍ଲକ ଅଧ୍ୟକ୍ଷା ଉପମା ବେହେରା ଭାପୁର ବ୍ଳକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ। ଖଣ୍ଡପଡ଼ା ବ୍ଲକ ସରପଞ୍ଚ ଓ ସମିତି ସଭ୍ୟ ସଂଘର ରବିବାର ଅନୁଷ୍ଠିତ ବୈଠକ ଅବସରରେ କଳପଙ୍ଗି ପଣ୍ଡିତ ଜମ୍ବେଶ୍ଵର ବିଦ୍ୟାପୀଠର ଛାତ୍ର ଶୁଭମ ରାଉତ ଏବଂ ଦୁଃଖାପଲ୍ଲୀ ରବୀନ୍ଦ୍ର କୁମାର ଉଚ୍ଚ ବିଦ୍ୟାଳୟର ଛାତ୍ର ରଘୁନାଥ ନାୟକଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି। ସରପଞ୍ଚ ସଂଘ ସମ୍ପାଦକ ସୁନୀଲ ପ୍ରଧାନଙ୍କ ସଂଯୋଜନାରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ଉପସ୍ଥିତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ/ସଭ୍ଯାମାନେ ଉଭୟ ଛାତ୍ରଙ୍କୁ ଶୁଭେଛା ଜଣାଇଥିଲେ।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
إرسال تعليق