BREAKING
Loading...
:

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସଚେତନତା କାର୍ଯ୍ୟକ୍ରମ

 ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସଚେତନତା କାର୍ଯ୍ୟକ୍ରମ

ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ଏନଏସି ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସଂପର୍କିତ ସଚେତନତା କାର୍ଯ୍ୟକ୍ରମ  ପଠାଣି ସାମନ୍ତ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏନଏସି ଅଧ୍ୟକ୍ଷା ଆରତୀ ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଖଣ୍ଡପଡ଼ା ସହରାଞ୍ଚଳ ଅଧୀନ ୧୩ ଗୋଟି ଓ୍ବାର୍ଡରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ପାଇବା ନିମନ୍ତେ ଆବେଦନ କରିଥିବା ୧୦୦ ରୁ ଉର୍ଦ୍ଧ୍ବ ହିତାଧିକାରୀ ଯୋଗ ଦେଇଥିଲେ। ଯୋଗ୍ଯ ହିତାଧିକାରୀଙ୍କୁ ଚିହ୍ନଟ କରି ଆବାସ ଯୋଜନାରେ ବାସଗୃହ ଯୋଗାଇ ଦେବା ଉପରେ ଏନଏସି ଅଧ୍ୟକ୍ଷା ଗୁରୁତ୍ବାରୋପ କରିବା ସହ ଏହି ଯୋଜନାରେ ଲାଞ୍ଚ କାରବାରକୁ ସେ ବିରୋଧ କରିଥିଲେ। ଯଦି କେହି ଦଲାଲ ଆବାସ ଯୋଜନାରେ ଗୃହ କରାଇଦେବା ନିମନ୍ତେ ଲାଞ୍ଚ ମାଗନ୍ତି ତେବେ ନୟାଗଡ ଜିଲ୍ଲାପାଳ ଓ ଭିଜିଲାନ୍ସ ବିଭାଗକୁ ଜଣାଇବାକୁ  ସେ  କାର୍ଯ୍ୟକ୍ରମରେ ଯୋଗଦେଇଥିବା ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ। ଅପରପକ୍ଷେ ଏନଏସି କାର୍ଯ୍ଯ ନିର୍ବାହୀ ଅଧିକାରୀ କର୍ମଚାରୀ ଓ ଦଲାଲ ମାନଙ୍କ ଜରିଆରେ ଆବାସ ଯୋଜନାରେ ବାସଗୃହ ପ୍ରଦାନ ନିମନ୍ତେ ୨୦ ରୁ ୨୫ ହଜାର ଟଙ୍କା ଲାଞ୍ଚ ଆଦାୟ କରୁଥିବା ନେଇ ହିତାଧିକାରୀମାନେ ଅଭିଯୋଗ ଉଠାଇ  କାର୍ଯ୍ଯକ୍ରମରେ ହୋ ହାଲ୍ଲା କରିଥିଲେ। ସେଠାରେ ଉପସ୍ଥିତ ଥିବା ଏନଏସିର କାର୍ଯ୍ଯନିର୍ବାହୀ ଅଧିକାରୀ ନିରଞ୍ଜନ କୁମାର ଧଳଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରି ହିତାଧିକାରୀମାନେ ବିଶୋଦଗାର କରିଥିଲେ। ଘଟଣା ସମ୍ପର୍କରେ ଅବଗତ ହେବାପରେ ଏନଏସି ଅଧ୍ୟକ୍ଷା  କାର୍ଯ୍ଯନିର୍ବାହୀ ଅଧିକାରୀଙ୍କୁ ତାଗିଦ କରିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ଚୟନରେ ଦୁର୍ନୀତିକୁ ପ୍ରଶୟ ଦେଉଥିବା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ଯକଳାପ ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ହିତାଧିକାରୀମାନେ ଦାବି କରିଥିଲେ।

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

أحدث أقدم
Header ADS