BREAKING
Loading...
:

ସାମାନ୍ୟ ବର୍ଷାରେ ବେହାଲ ଗାଁ ଦାଣ୍ଡ, ଡ୍ରେନେଜ ବ୍ୟବସ୍ଥାର ପୁନଃରୁଦ୍ଧାର ପାଇଁ ଦାବି, ପ୍ରଶାସନ ନୀରବ

 ସାମାନ୍ୟ ବର୍ଷାରେ ବେହାଲ ଗାଁ ଦାଣ୍ଡ, ଡ୍ରେନେଜ ବ୍ୟବସ୍ଥାର ପୁନଃରୁଦ୍ଧାର ପାଇଁ ଦାବି, ପ୍ରଶାସନ ନୀରବ ।



 ଭାପୁର, ୩୧/୦୫(ବିଭୂତି ମହାପାତ୍ର) ଭାପୁର ସଦର ମହକୁମାସ୍ଥିତ ପାଟଣା ସାହିର ଦୁଇ ଗୋଟି ୱାର୍ଡରେ ଏକ ହଜାର ରୁ ଉର୍ଦ୍ଧ୍ବ ଲୋକ ବାସ କରନ୍ତି।  କିନ୍ତୁ, ସାମାନ୍ୟ ବର୍ଷା ହେଲେ ଦୁଇଟି ୱାର୍ଡବାସୀ ଜଳବନ୍ଦୀ ଜୀବନଯାପନ କରିଥାନ୍ତି । ଉକ୍ତ ୱାର୍ଡରେ ବହୁ ବରିଷ୍ଠ ନାଗରିକ, ବ୍ୟାଙ୍କ କର୍ମଚାରୀ, ସ୍ଵାସ୍ଥ୍ୟ କର୍ମଚାରୀ, ବୁଦ୍ଧିଜୀବୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାମାନେ, ଶିକ୍ଷାବିତ୍ ମାନେ ବସ ବାସ କରୁଥିଲେ ମଧ୍ୟ ଏହି ଅବ୍ୟବସ୍ଥା ପାଇଁ କେହି ସ୍ୱର ଉତ୍ତୋଳନ ନ କରିବା ଦୁର୍ଭାଗ୍ୟଜନକ । ବର୍ଷାପାଣି ନିଷ୍କାସନ ପାଇଁ କୌଣସି ଦ୍ରେନେଜ୍ ବ୍ୟବସ୍ଥା ନ ଥିବାରୁ ସାମାନ୍ୟ ବର୍ଷା ହେଲେ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି କୃତ୍ରିମ ବନ୍ୟା  ସଦୃଶ ପାଣି ମାସ ମାସ ଧରି ଜମା ହୋଇ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଥାଏ । ଫଳରେ, ଅପରିଷ୍କାର ପାଣି ଦ୍ଵାରା ପରିବେଶ ଦୁର୍ଗନ୍ଧଯୁକ୍ତ ହୋଇ ବିଭିନ୍ନ ପ୍ରକାର ରୋଗରେ ଲୋକମାନେ ପୀଡ଼ିତ ହେବା ସହ ଚର୍ମ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ପାଟଣା ସାହିଟି ଗ୍ରାମର ମନ୍ଦିର ମାଳିନ ସାହି ଅଟେ। ଉକ୍ତ ସାହିର ପୂର୍ବ ପାର୍ଶ୍ୱରେ ବାବା ବାଲୁଙ୍କେଶ୍ୱର ମହାଦେବ ଙ୍କ ମନ୍ଦିର, ପଶ୍ଚିମ ପାର୍ଶ୍ୱରେ ମାଆ ମଙ୍ଗଳା ମନ୍ଦିର, ମଝିରେ ପ୍ରଭୂ ପତିତପାବନ ମନ୍ଦିର, କାମନା ମନ୍ଦିର, ମାଆ କାଳିକା ମନ୍ଦିର ଆଦି ଅବସ୍ଥିତ ଥିବାରୁ ସକାଳ ହେଲେ ଠାକୁର ଙ୍କ ସେବାୟତ , ଗ୍ରାମବାସୀ ତଥା ଭକ୍ତ ମାନେ ଦୂଷିତ ଓ ଦୂର୍ଗନ୍ଧମୟ ପାଣିରେ ଯାତାୟାତ କରିଥାନ୍ତି । ତତ୍ ସହିତ, ଛୋଟ ଛୋଟ ପିଲାଙ୍କ ଠାରୁ ବୟସ୍କ ବ୍ୟକ୍ତି ମାନେ ସେହି ପାଣିରେ ଯାତାୟାତ କରୁଥିବା ବେଳେ ପିଲାମାନେ ଦୂଷିତ ତଥା ଦୁର୍ଗନ୍ଧମୟ ପାଣିରେ ଖେଳ କୁଦ କରି ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଉଲ୍ଲେଖଯୋଗ୍ୟ, ଗାଁ ଗହଳି ର ରାସ୍ତା କୁ ପକ୍କା ସଡ଼କ କରିବା ପାଇଁ ରାଜ୍ୟ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଭାପୁର ସଦର ମହକୁମାରେ ଅବସ୍ଥିତ ପାଟଣା ସାହି ର ରାସ୍ତା ଟି ଅପହଞ୍ଚ ଇଲାକା ପରି ଦୃଶ୍ୟମାନ ହୋଇଥାଏ । ଯଦି,ଭାପୁର ବ୍ଲକ ସଦର ମହକୁମା ଠାରୁ ତିନି ଶହ ମିଟର ଦୂରତା ରେ ଅବସ୍ଥିତ ରାସ୍ତା ପଙ୍କ କାଦୁଅ ତେବେ ଅପହଞ୍ଚ ଇଲାକାରେ ରାସ୍ତା ଅବସ୍ଥା ନଦେଖିଲେ ବିଶ୍ବାସ କରି ହେବନାହିଁ ।

ମଣିଭଦ୍ରା ଖବର, ଭାପୁର 

Post a Comment

أحدث أقدم
Header ADS