BREAKING
Loading...
:

ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ମିଳିତ ଅଭିଯୋଗ ଶୁଣାଣୀ

 ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ  ମିଳିତ ଅଭିଯୋଗ ଶୁଣାଣୀ


ବ୍ରହ୍ମପୁର ,ତା-୨୭/୫ :ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ  କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା , ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ା ଏମ୍ ଶ୍ରବଣା ବିବେକ , ବ୍ରହ୍ମପୁର ଉପଜିଲ୍ଲାପାଳ ସୁଶ୍ରୀ ଦୀନା ଦସ୍ତଗୀର , ପ୍ରୋବେସନ ଭା.ପ୍ର.ସେ ମ୍ରିନାଲିକା ରାଠୋର ଙ୍କ ଉପସ୍ଥିତିରେ ଆଜିର ଏହି ଅଭିଯୋଗ ଶୁଣାଣିରେ ସମୁଦାୟ ୩୫ଟି ଅଭିଯୋଗ ର ଶୁଣାଣୀ କରାଯାଇଥିଲା  ।   ବ୍ୟକ୍ତିଗତ ଅଭିଯୋଗ ୩୨ଟି ଥିବାବେଳେ ସାମୁହିକ ଅଭିଯୋଗ ୨ଟି ଥିଲା ଏବଂ  ତ୍ୱରିତ ଦୁଇଟି  ଅଭିଯାଗର ଫଇସଲା ହୋଇଥିଲା। ଜଣଙ୍କୁ ରେଡକ୍ରସ ପାଣ୍ଠି ତରଫରୁ ୨୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା l ଅଭିଯୋଗ ଗୁଡିକ ମୁଖ୍ୟତଃ  ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା,ରାସନ୍ କାର୍ଡ,  ଭତ୍ତା,ଶିକ୍ଷା ,ସ୍ଵାସ୍ଥ୍ୟ,ସୁଭଦ୍ରା,ଜଳ ସମସ୍ୟା ଇତ୍ୟାଦି  l ଗ୍ରହଣ କରିଥିବା ଆବେଦନ ଗୁଡିକର ଶୁଣାଣି କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପ୍ରେରଣ କରାଯାଇ ତୁରନ୍ତ ସମାଧାନ କରିବା ନିମନ୍ତେ ଜିଲ୍ଲାପାଳ  ସମ୍ପୃକ୍ତ ବିଭାଗ କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅଭିଯୋଗ ଶୁଣାଣି ରେ  ପ୍ରତ୍ୟେକ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ , ବ୍ରହ୍ମପୁର ଉପଖଣ୍ଡ ର ସମସ୍ତ ତହସିଲଦାର ଏଵଂ ବିଡ଼ିଓ ଏହି ଯୁଗ୍ମ ଅଭିଯୋଗ ଶୁଣାଣୀରେ ଉପସ୍ଥିତ ଥିଲେ l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS