BREAKING
Loading...
:

ମ୍ୟାଟ୍ରିକ ରେଜଲ୍ଟ ପ୍ରକାଶିତ, କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠର ସନ୍ଦିପ ସାହୁ ବ୍ଳକ ଟପ୍ପର,ଗଣିଆରେ ୯୫.୯୧ ପ୍ରତିଶତ

ମ୍ୟାଟ୍ରିକ ରେଜଲ୍ଟ ପ୍ରକାଶିତ, କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠର ସନ୍ଦିପ ସାହୁ ବ୍ଳକ ଟପ୍ପର,ଗଣିଆରେ ୯୫.୯୧ ପ୍ରତିଶତ 



 ଗଣିଆ (ମଣିଭଦ୍ରା ଖବର) ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳରେ ଗଣିଆ ବ୍ଳକର ପାସ୍ ହାର ୯୫.୯୧ ପ୍ରତିଶତ ହୋଇଥିବା ଜଣାପଡିଛି । ବ୍ଳକର ୪୧୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ଜଣ ୩୯୬ ଜଣ ପାସ୍ କରିଛନ୍ତି । ସେଥିମଧ୍ୟରୁ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠରେ ୧୨୮ ଜଣ ପାସ୍ କରିଥିବା ବେଳେ ରାମଚନ୍ଦ୍ର ପ୍ରାଣବନ୍ଧୁ ଉଚ୍ଚ ବିଦ୍ୟାଳୟରେ  ୪୪ ଜଣ, ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କିଶୋର ପ୍ରସାଦରେ ୩୨ ଜଣ,ରାଜିଙ୍ଗି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ୨୮ ଜଣ, ଦଧିବାମନ ଜୀଉ ଉଚ୍ଚ ବିଦ୍ୟାଳୟରେ ୩୫ ଜଣ, ଛାମୁଣ୍ଡିଆ ଗୁପ୍ତେଶ୍ୱର ବିଦ୍ୟାପୀଠରେ ୪୧ ଜଣ,ବଡସିଲିଙ୍ଗାରେ ୧୯ ଜଣ, ପଦ୍ମନାଭ ଉଚ୍ଚ ବିଦ୍ୟାଳୟ ଆଡକଟାରେ ୫୩ଜଣ ପାସ୍ କରିଛନ୍ତି । କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠରେ ଏ-୧ରେ ଜଣେ,ଏ-୨ରେ ୪ଜଣ ପାସ୍ କରିଥିବା ବେଳେ ରାସଙ୍ଗ,ବେଲପଡାପାଟଣା ଏବଂ ଆଡକଟାରେ ଏ-୨ରେ ଜଣେ ଲେଖାଏଁ ପାସ୍ କରିଛନ୍ତି ।  କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠର ସନ୍ଦୀପ ସାହୁ ସର୍ବାଧିକ ୫୬୦ ନମ୍ବର ରଖି ବ୍ଳକ ଟପ୍ପର ଭାବେ ସଫଳତା ଅର୍ଜନ କରିଛନ୍ତି । ବିଧାୟକ ରମେଶ ଚନ୍ଦ୍ର ବେହେରା ସନ୍ଦୀପଙ୍କୁ ଶୁଭେଚ୍ଛା ଜଣାଇବା ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି । ସଫଳତାର ଶ୍ରେୟ ସେ ତାଙ୍କ ପିତାମାତା ସହିତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରଦାନ କରିଛନ୍ତି । କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅଭିନନ୍ଦନ ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS