BREAKING
Loading...
:

ଖଣ୍ଡପଡ଼ାରେ ଚକ୍ଷୁ ଚିକିତ୍ସା ଶିବିର

 ଖଣ୍ଡପଡ଼ାରେ ଚକ୍ଷୁ ଚିକିତ୍ସା ଶିବିର 


ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ସହରର ଜଗନ୍ନାଥ କଲ୍ୟାଣମଣ୍ଡପ ପରିସରରେ ନିଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି। ଖଣ୍ଡପଡା ସାମ୍ବାଦିକ ସଂଘର ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଏହି ଶିବିରକୁ କଟକ ଅର୍ବାନ ହସ୍ପିଟାଲର ସୁନାମଧନ୍ଯ ଡ଼ଃ ମହମ୍ମଦ ଜାଭେଦ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଖଣ୍ଡପଡ଼ା ଜନସ୍ବାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ତ୍ରିଲୋଚନ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।  ସାମ୍ବାଦିକ ସଂଘ ପକ୍ଷରୁ ଅତିଥିମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।ଖଣ୍ଡପଡ଼ା ସହରାଞ୍ଚଳ ଓ ଆଖପାଖ ଅଞ୍ଚଳରୁ ୪୦ ବର୍ଷରୁ ଉର୍ଦ୍ଧ ୧୭୫ ଜଣ ଜନସାଧାରଣଙ୍କର ସ୍ବାସ୍ଥ୍ୟ ଓ ଚକ୍ଷୁ  ପରୀକ୍ଷା କରାଯାଇ ସେମାନଙ୍କୁ  ମାଗଣାରେ ଚଷମା ପ୍ରଦାନ କରାଯାଇଥିଲା। ସେହିପରି ଅନେକ ବ୍ୟକ୍ତିଙ୍କର ମଧୁମେହ ରୋଗ, ଦନ୍ତ ପରୀକ୍ଷା ଓ ବ୍ଲଡ଼ ପ୍ରେସର ପରୀକ୍ଷା କରାଯାଇ ଆବଶ୍ୟକୀୟ  ଔଷଧ ସେବନ ନିମନ୍ତେ ପରାମର୍ଶ ପ୍ରଦାନ କରାଯାଇଥିଲା। ୧୦ ଜଣ ମହିଳା ଓ ପୁରୁଷଙ୍କର ମୋତିଆବିନ୍ଦୁ ଅସ୍ତ୍ରୋପଚାର ନିମନ୍ତେ କଟକ ଅର୍ବାନ ହସ୍ପିଟାଲକୁ ସ୍ଥାନାନ୍ତର  କରାଯାଇଥିବା ଜଣାଯାଇଛି।  ଅର୍ବାନ ହସ୍ପିଟାଲ ପକ୍ଷରୁ ଅଭିଜ୍ଞ ଡାକ୍ତରମାନେ ଶିବିରରେ ଯୋଗ ଦେଇଥିଲେ।ସାମ୍ବାଦିକ ସଂଘ ସଭାପତି ଚିତ୍ତରଞ୍ଜନ ମିଶ୍ର ସଂପାଦକ ସରୋଜ କୁମାର ଚୌଧୁରୀ ,ଜନ୍ମେଜୟ ଦଳେଇଙ୍କ ସମେତ ସଂଘର ସମସ୍ତ ସଦସ୍ଯ ଉପସ୍ଥିତ ରହି ଶିବିର ପରିଚାଳନାରେ ସକ୍ରୀୟ ସହଯୋଗ କରିଥିଲେ।

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

أحدث أقدم
Header ADS