BREAKING
Loading...
:

ଗୁରୁ ଭଗବାନ ସାହୁଙ୍କ ୯୫ ତମ ଜନ୍ମୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

 ଗୁରୁ ଭଗବାନ ସାହୁଙ୍କ ୯୫ ତମ ଜନ୍ମୋତ୍ସବ ପାଇଁ ପ୍ରସ୍ତୁତି ବୈଠକ 



ଅତାବିରା/ ବରଗଡ଼ (ମଣିଭଦ୍ରା ଖବର) 

ତା:-୧୦/୫/୨୦୨୫


   ଗୁରୁ ଭଗବାନ ସାହୁ ସ୍ମୃତି କମିଟି ର ଏକ ବୈଠକ ବରଗଡ଼ ଏ. ଇ. ମିସନ ସ୍କୁଲ ସମ୍ମିଳନୀ କକ୍ଷରେ ଡ.ତପସ୍ୱୀନି ଗୁରୁଙ୍କ ସଭାପତିତ୍ବରେ ସମ୍ପାଦକ ସନ୍ତୋଷ କୁମାର ପଣ୍ଡା ଏବଂ ସର୍ଦ୍ଦାର ପ୍ରିତମ ସିଂ ଙ୍କ ସଂଯୋଜନା ତଥା ଲୁଲୁ ରବିନ ଦାସ ଙ୍କ ଆବାହକତ୍ବରେ ରେ ଅନୁଷ୍ଠିତ ହୋଇଯାଇଅଛି ।     ଆସନ୍ତା ଜୁନ ୧୧ ଦେବସ୍ନାନ ପୂର୍ଣ୍ଣିମା ତିଥିରେ ଗୁରୁ ଭଗବାନ ସାହୁଙ୍କ ୯୫ ତମ ଜନ୍ମୋତ୍ସବ ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ ଓ ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ସ୍ମୃତି କମିଟିର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ଶୀକ୍ଷା‌ ଅନୁଷ୍ଠାନ ର ଛାତ୍ର ଛାତ୍ରୀଙ୍କୁ ନେଇ ଗୁରୁ ଭଗବାନ ସାହୁଙ୍କ ଉପରେ ପ୍ରବନ୍ଧ ଏବଂ ଡିବେଟ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯିବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ।ଏହି ଅବସରରେ ମେଟ୍ରିକ୍ ପରୀକ୍ଷାରେ ଟପ୍ପର ଶୁଶ୍ରୀ ବବିତା ରଥ ଏବଂ ଅନ୍ୟ ବିଶିଷ୍ଟ ପ୍ରତିଭାଙ୍କୁ ସମ୍ମାନୀତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । 

        ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଦଧିବାବନ ଶତପଥୀ, କୃଷ୍ଣ ଚନ୍ଦ୍ର ପଣ୍ଡା, ଯୁଗଳ ପ୍ରାସାଦ ସିଂ, ଡ଼. ରବିନାରାୟଣ ସାହୁ, ଯଶବୀର ସିଂ ସୈନୀ ,ବିମଳ କୃଷ୍ଣ ମିଶ୍ର, ତୁଳସୀ ଚରଣ ଦାଶ, ଅଚ୍ୟୁତାନନ୍ଦ ବାରିକ, ରାଜକିଶୋର ମହାରଣା, ଶିବାନନ୍ଦ ମଟାରି,ମନୋଜ ବାଗ ତଥା ନୂତନ ସଦସ୍ୟ ନବ କିଶୋର ଦାଶ ପ୍ରମୁଖ ଯୋଗଦାନ କରି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ! ଶେଷରେ ବରିଷ୍ଠ ସଦସ୍ୟ ଉଦ୍ଧବ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ !

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS